Advertisment

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ

ଘନଶ୍ୟାମ ଜଣେ ଭଲ ଛାତ୍ର ଥିଲେ। ସେ ଭଲ ଖେଳାଖେଳି ମଧ୍ୟ କରୁଥିଲେ।

Dead Student

Dead Student

Advertisment

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଟିଏଫ୍ ହଷ୍ଟେଲର ୩୮ ନମ୍ବର ରୁମ୍‌ରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ତାଙ୍କ ନାମ ଘନଶ୍ୟାମ କରୁଆଁ। ତାଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ।

Advertisment

ବିଶ୍ୱବିଦ୍ୟାଳୟର ଉପ-କୁଳସଚିବ ଉମାଚରଣ ପତି କହିଛନ୍ତି, ଘନଶ୍ୟାମ ଯୁକ୍ତ ୩ ବାଣିଜ୍ୟର ଶେଷ ବର୍ଷର ଛାତ୍ର ଥିଲେ। ଆଜି ତାଙ୍କର ପରୀକ୍ଷା ଥିଲା। ପରୀକ୍ଷା ପରେ ସେ ହଷ୍ଟେଲରେ ଲଞ୍ଚ୍ କରିଥିଲେ। ତେବେ ଅପରାହ୍ନ ପ୍ରାୟ ୫ଟା ବେଳକୁ ଆମ ପାଖକୁ ଖବର ଆସିଲା ଯେ ସେ ତାଙ୍କ ରୁମ୍‌ର କବାଟ ଖୋଲୁ ନାହାନ୍ତି। ସମସ୍ତ ହଷ୍ଟେଲ ଷ୍ଟାଫ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ଏହା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା।

ଖବର ପାଇ ଟାଉନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛନ୍ତି। ଘନଶ୍ୟାମଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ବାକି ସମସ୍ତ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଟାଉନ ଥାନା ଅଧିକାରୀ।

Advertisment

ବୁଲୁ ସ୍ୱାଇଁ ନାମକ ତାଙ୍କର ଜଣେ ସହପାଠୀ କହିଛନ୍ତି ଯେ ସେ (ଘନଶ୍ୟାମ) ଜଣେ ଭଲ ଛାତ୍ର ଥିଲେ। ଭଲ ଖେଳାଖେଳି କରୁଥିଲେ। ତାଙ୍କ ଘରର ଆର୍ଥିକ ଅବସ୍ଥା ବି ଭଲ। ତେବେ ଆଜି ପରୀକ୍ଷା ଦେଇ ଫେରିବା ପରେ ସେ ଚିନ୍ତିତ ଜଣାପଡ଼ୁଥିଲେ ବୋଲି ଅନ୍ୟ ସାଙ୍ଗମାନେ କହୁଛନ୍ତି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe