Advertisment

ନିର୍ବାଚନ ପୂର୍ବରୁ ଦାଗୀ ହେବେ ତଡ଼ିପାର! ପ୍ରସ୍ତୁତି ଆରମ୍ଭ କଲା ପୁଲିସ୍‌

ଅଭ୍ୟାସଗତ ଅପରାଧୀ, ଅସାମାଜିକ ଓ ଦାଗୀମାନଙ୍କ ତଡ଼ିପାର କରିବାକୁ ଯୋଜନା କରାଯାଇଛି। ଏଥିସହ ବାରମ୍ବାର ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ NSA ଲାଗିବ।

author-image
Hemant Lenka
BBSR

BBSR

ଆଉ କିଛି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ସମ୍ଭବତଃ ଏପ୍ରିଲ ମାସରେ ହେବାକୁ ଥିବା ବେଳେ ଏବେ ଠାରୁ ନିର୍ବାଚନକୁ ନେଇ ଭୁବନେଶ୍ୱରରେ ପୁଲିସ ଅଫିସରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ କମିଶନରେଟ ପୁଲିସ୍‌ ଅଣ୍ଟା ଭିଡ଼ିଛି।

Advertisment

ବିଶେଷ କରି ରାଜଧାନୀ ଭୁବନେଶ୍ୱରର ପେଶାଦାର ଅପରାଧୀମାନଙ୍କୁ ତଡ଼ି ପାର କରିବାକୁ ପୁଲିସ୍‌ ଯୋଜନା କରିଛି। ନିର୍ବାଚନ ପୂର୍ବରୁ ୨୪୦୦ରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇ ସାରିଛି। ଅଭ୍ୟାସଗତ ଅପରାଧୀ, ଅସାମାଜିକ ଓ ଦାଗୀମାନଙ୍କ ତଡ଼ିପାର କରିବାକୁ ଯୋଜନା କରାଯାଇଛି। ଏଥିସହ ବାରମ୍ବାର ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ NSA ଲାଗିବ।

Advertisment

ଏଠି ସହିତ ଲାଇସେନ୍ସ ବନ୍ଧୁକଧାରୀ ବ୍ୟକ୍ତି ବିଶେଷଙ୍କ ନାମରେ ଯଦି କୌଣସି ମାମଲା ଥାଏ କିମ୍ବା ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଥାଏ, ତେବେ ସେମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ବନ୍ଧୁକ ପୈଠ କରିବା ପାଇଁ ନୋଟିସ ମଧ୍ୟ ଜାରି କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

ସେ କହିଛନ୍ତି, “ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଡିଜିପି ମଧ୍ୟ ବୈଠକ କରିଥିଲେ। ଉକ୍ତ ବୈଠକରେ ମିଳିଥିବା ସୂଚନା ସମ୍ପର୍କରେ ଆଜି ଅଫିସରମାନଙ୍କୁ ଅବଗତ କରାଯାଇଛି। ସେମାନେ କେମିତି ସତର୍କ ରହିବେ ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ, ସେ ବିଷୟରେ ସମସ୍ତଙ୍କୁ ବୁଝାଯାଇଛି।

ଚୋରା ମଦ କାରବାର ଠାରୁ ଆରମ୍ଭ କରି ଅପରାଧୀମାନଙ୍କ ଉପରେ ନଜର ରହିବ। ସମସ୍ତ ପେଶାଦାର ଅପରାଧୀ, ଅସାମାଜିକ ବ୍ୟକ୍ତି ଓ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସବୁ ଥାନା ପକ୍ଷରୁ ଜାନୁଆରୀ ମାସ ଠାରୁ ନିଶା କାରବାର ରୋକିବାକୁ ଡ୍ରାଇଭ କରାଯାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ହିଁ ଆମର ପ୍ରାଥମିକତା। ଏଥିପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯିବ।”

Odisha Bhubaneswar