Advertisment

ସାମଗ୍ରିକ ସ୍ୱାସ୍ଥ୍ୟର ବାର୍ତ୍ତା ଦେଲା ‘ବର୍ପି ଓ ବ୍ରେକଫାଷ୍ଟ’

ଫିଟ ରହିବା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଆଜିକା ଦିନରେ ସମସ୍ତେ ଫିଟନେସ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଏହି କାର୍ଯ୍ୟକ୍ରମ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

author-image
Hemant Lenka
BBSR

BBSR

ଏଚଏବି ପ୍ଳସ ପକ୍ଷରୁ ଜନସାଧାରଣଙ୍କ ପାଇଁ ‘ବର୍ପି ଏବଂ ବ୍ରେକଫାଷ୍ଟ’ କାର୍ଯ୍ୟକ୍ରମ ଜାରିଆରେ ଗୋଟିଏ ସୁସ୍ଥ ଓ ସ୍ଥାୟୀ ଜୀବନଶୈଳୀର ମନ୍ତ୍ର ଦେବାକୁ ଚେଷ୍ଟା ନିରନ୍ତର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ଭୁବନେଶ୍ୱରର ହୋଟେଲ ଲେମନ ଟ୍ରୀ ଠାରେ ‘ବର୍ପି ଓ ବ୍ରେକଫାଷ୍ଟ ବାର୍ଷିକ ଉତ୍ସବ ୨୦୨୩’ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆଇଜି ସତ୍ୟଜିତ୍ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

Advertisment

ଫିଟ ରହିବା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଆଜିକା ଦିନରେ ସମସ୍ତେ ଫିଟନେସ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଏହି କାର୍ଯ୍ୟକ୍ରମ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। 

ଅନୁଷ୍ଠାନର ସହ ପ୍ରତିଷ୍ଠାତା ଶୁଭଦୀପ ରୟ ଚୌଧୁରୀ ଏହି ଅବସରରେ କହିଛନ୍ତି, “ଆମେ ୩ବର୍ଷରେ ପଦାର୍ପଣ କରିଛୁ। ଏହି ଇଭେଣ୍ଟ ମାଧ୍ୟମରେ ଆମେ ଜନସାଧାରଣଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛୁ। ଉନ୍ନତ କଲ୍ୟାଣ ଓ ସାମଗ୍ରିକ ସ୍ୱାସ୍ଥ୍ୟ ଦିଗରେ ଏହା ଏକ ଯାତ୍ରା। ସ୍ୱାସ୍ଥ୍ୟ ଓ ଫିଟନେସ୍ ପ୍ରତିପୋଷଣ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି କମିଶନରେଟ୍ ପୁଲିସ୍( କଟକ ଓ ଭୁବନେଶ୍ୱର) ମଧ୍ୟ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛି।”

Advertisment

ଏହି ଅବସରରେ ଫୁଲ୍ work-out, night work-out. ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସେସନ୍ସ ଆଦି କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟିକ ବ୍ୟକ୍ତିତ୍ୱ, ସରକାରୀ କର୍ମଚାରୀ, ଡାକ୍ତର ଓ ଫିଟନେସ୍ ଉତ୍ସାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ।

Bhubaneswar