ହାଇକୋର୍ଟଙ୍କ ଅର୍ଡର ଅଭିଯୁକ୍ତ ଲଗାଇବ 200 ଆମ୍ବ ଓ ତେନ୍ତୁଳି ଗଛ | HC Ordered Accused to Plant 200 Trees | OR
ନାବାଳିକା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତକୁ ଏକ ନିଆରା ସର୍ତ୍ତ ରଖିଛନ୍ତି ହାଇକାର୍ଟ। ଆସନ୍ତା ବର୍ଷର ଋତୁ ଆରମ୍ଭରୁ 200 ଆମ୍ବ ଓ ତେନ୍ତୁଳି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ରୁଜୁ ହୋଇଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ କାର୍ତ୍ତିକ ମାଝୀ ଓରଫ ବଦ୍ରୀନାଥର ଜାମିନରେ ଏଭଳି ସର୍ତ୍ତ ରଖିଛନ୍ତି ଜଜ୍ । ଅଭିଯୁକ୍ତର ନିଜ ଗାଁ ଅମ୍ପାନୀ ଥାନା ଅନ୍ତର୍ଗତ ରେଇଁଗୁଡା ଗାଁ ଆଖପାଖରେ ଆମ୍ବ ଏବଂ ତେନ୍ତୁଳି ଗଛ ଲଗାଇବାକୁ କୋର୍ଟ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us