Advertisment

କଟକରେ ରାସ୍ତାଘାଟ ସମସ୍ୟା ନେଇ ବର୍ଷିଲେ ହାଇକୋର୍ଟ, କହିଲେ - ୨୭ ସୁଦ୍ଧା କାମ ସାର

‘ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ ଓ ମରାମତି କାମ ଶେଷ କର । ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ।’

High Court & Dranage System

High Court & Dranage System

Advertisment

‘ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ ଓ ମରାମତି କାମ ଶେଷ କର । ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ।’ ଆଜି ପ୍ରାୟ ୯ଟି ବିଭାଗର ଅଧିକାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ହାଇକୋର୍ଟ ବିଚାରପତି।

Advertisment

ଆଉ ମାତ୍ର ଅଳ୍ପ ଦିନ ପରେ ପଡ଼ିବ ଦୁର୍ଗା ପୂଜା। ଦୁର୍ଗା ପୂଜା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମାତ୍ର ଏ ଯାଏ ମରାମତି ହୋଇ ପାରିନି ରାସ୍ତାଘାଟ। ଡ୍ରେନ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି। ଏହି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଥିବା ବେ ବର୍ଷିଛନ୍ତି ହାଇକୋର୍ଟ ।

ଏ ମାମଲାରେ ଆଜି ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଥିଲେ ୯ଟି ବିଭାଗର ଅଧିକାରୀ। ବିଭିନ୍ନ ବିଭାଗ ପକ୍ଷରୁ ପୂର୍ବରୁ ଭିନ୍ନ ଭିନ୍ନ ସମୟସୀମା ଦିଆଯାଇଥିବା ବେଳେ କାମ କିନ୍ତୁ ଅଧ ପନ୍ତରିଆ ହୋଇ ପଡ଼ି ରହିଛି। ଏହାକୁ ନେଇ ହାଇକୋର୍ଟ ବିଚାରପତି କ୍ଷୁବ୍ଧ ହେବା ସହ ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ ଓ ମରାମତି କାମ ଶେଷ କରିବାକୁ ସଫା ସଫା ଶୁଣାଇ ଦେଇଛନ୍ତି। କଟକର ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ।

Advertisment

ଆଜି ଶୁଣାଣି ବେଳେ ସିଏମ୍ ସି, ପିଡବ୍ଲୁଡି, ଆର ଆଣ୍ଡ ବି, ଏବଂ ଗେଲ୍ ପ୍ରବନ୍ଧକ ପ୍ରମୁଖ ନିଜ ପକ୍ଷ ରଖିଥିଲେ। ଏପରିକି କାମ ନ ସରିବା ପଛରେ ବିଭିନ୍ନ ବିଭାଗୀୟ ଅଧିକାରୀ ପରସ୍ପର ଉପରେ ଦୋଷାରୋପ କରିବାକୁ ପଛାଇ ନ ଥିଲେ।

ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ସାରିବା ପାଇଁ ସଫା ସଫା ହାଇକୋର୍ଟ ଶୁଣାଇ ଦେଇଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ଗତ ଶୁଣାଣିରେ ସଫା ସଫା ଶୁଣାଇଥିଲେ ହାଇକୋର୍ଟ।

Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe