Advertisment

ଚାଷ କମ କରୁଥିଲେ, ଶୁଣ୍ଢରେ କଚାଡ଼ିଦେଲା ହାତୀ

ସେଇ ସମୟରେ ଗୋଟିଏ ଦନ୍ତା ହାତୀ ସହିତ ମୁହାଁ ମୁହିଁ ହୋଇଯାଇଥିଲା। ଦନ୍ତା ହାତିଟି ପଞ୍ଚୁଆ ଭୋଇଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା।

author-image
Biswajit Samal
Elephant

Elephant

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବମୁଆଁ ଗାଁରେ ହାତୀ ଆତଙ୍କ। ଆଜି ଚାଷ ଜମିରେ ଜଣେ ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ। ଫଳରେ ଚାଷୀ ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ଗୁରୁତର ହୋଇଥିବା ଚାଷୀ ଜଣଙ୍କ ହେଉଛନ୍ତି ପଞ୍ଚୁଆ ଭୋଇ।

Advertisment

ପଞ୍ଚୁଆ ଗାଁ ପାଖ ଅଘିରାଗୋଡ଼ା ସ୍ଥିତ ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ସେଇ ସମୟରେ ଗୋଟିଏ ଦନ୍ତା ହାତୀ ସହିତ ମୁହାଁ ମୁହିଁ ହୋଇଯାଇଥିଲା। ଦନ୍ତା ହାତିଟି ପଞ୍ଚୁଆ ଭୋଇଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ପଞ୍ଚୁଆ ତଳେ ପଡ଼ି ଚିତ୍କାର କରିଥିଲେ। ଏନେଇ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସେଠାରୁ ପଞ୍ଚୁଆ ଭୋଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନେଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଉଛି।

Elephant Attack