Advertisment

ଶ୍ରେଣୀ ଗୃହ ରେଲିଂରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଫସି ରହିବା ଘଟଣାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସବୁଦିନ ପରି ଗତକାଲି ମଧ୍ୟ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହୋଇଥିଲା। ସବୁ ପିଲା ଘରକୁ ଫେରିଥିଲେ। ହେଲେ ଜ୍ୟୋତ୍ସ୍ନା ଶ୍ରେଣୀ ଗୃହରେ ରହିଯାଇଥିଲେ।

School

School

Advertisment

କେନ୍ଦୁଝର ଜିଲ୍ଲା ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଶ୍ରେଣୀ ଗୃହ ଝରକା ରେଲିଂରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଫସି ରହିବା ଘଟଣାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଂଶପାଳ ବ୍ଳକ୍ ଶିକ୍ଷା ଅଧିକାରୀ (ବିଇଓ) ତାଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ତାଙ୍କୁ ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଶ୍ରେଣୀ ଗୃହରେ ରେଲିଂରେ ଫସି ରହିଥିବା ଛାତ୍ରୀଙ୍କ ନାଁ ଜ୍ୟୋତ୍ସ୍ନା ଦେହୁରୀ। ସବୁଦିନ ପରି ଗତକାଲି ମଧ୍ୟ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହୋଇଥିଲା। ସବୁ ପିଲା ଘରକୁ ଫେରିଥିଲେ। ହେଲେ ଜ୍ୟୋତ୍ସ୍ନା ଶ୍ରେଣୀ ଗୃହରେ ରହିଯାଇଥିଲେ। ସେ ଶୋଇପଡ଼ିଥିଲେ। ତେଣୁ ଯାଇ ପାରି ନଥିଲେ। ପୁଣି ସ୍କୁଲର କୌଣସି କର୍ମଚାରୀ ବଦଳରେ ଦୁଇ ଜଣ ପିଲା ତାଲା ପକାଇଥିବାରୁ ସେ ଝିଅଟିକୁ ଦେଖି ପାରି ନଥିଲେ ବୋଲି ଜଣାପଡ଼ିଛି।

ଝିଅଟିର ବାପାମା’ ରାତି ପ୍ରାୟ ୯ଟା ବେଳେ କାମରୁ ଫେରି ଝିଅକୁ ଖୋଜିଥିଲେ। କିନ୍ତୁ ପାଇ ନଥିଲେ। ଆଜି ସକାଳେ ଝିଅ ସ୍କୁଲରେ ରହିଯାଇଥିବ ଭାବି ସେଠାକୁ ଆସିଥିଲେ। ସେମାନେ ରୋଷୟାଙ୍କଠାରୁ ଚାବି ନେଇ ଆସିଥିଲେ। ଶ୍ରେଣୀ ଗୃହ ଖୋଲିଲା ବେଳକୁ ସେମାନଙ୍କ ଝିଅ ସେଠାରେ ଝରକା ରେଲିଂରେ ଫସି ରହିଥିବା ଦେଖିଥିଲେ।

Advertisment

ଝିଅଟି ଶ୍ରେଣୀ ଗୃହରୁ ବାହାରିବା ପାଇଁ ପ୍ରୟାସ କରିଥିଲା। ସେ ଝରକା ରେଲିଂ ଦେଇ ବାହାରିବାକୁ ଚେଷ୍ଟା କରି ଫସି ଯାଇଥିଲା। ବେକ ପର୍ଯ୍ୟନ୍ତ ପୂରା ଶରୀର ବାହାରି ଯାଇଥିଲା। କିନ୍ତୁ ତା’ର ମୁଣ୍ଡଟି ରେଲିଂ ଦେଇ ବାହାରି ପାରି ନଥିଲା। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଝିଅଟିକୁ ସେଠାରୁ ଉଦ୍ଧା କରିଥିଲେ। ଝିଅଟିକୁ ଡାକ୍ତରଖାନା ନିଆଯାଇଥିଲା। ବିଭିନ୍ନ ପ୍ରକାର ଯାଞ୍ଚ ପରେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

Studentରେଲିଂରେ ଏମିତି ଫସି ରହିଥିଲା ଛାତ୍ରୀ

ରୋଷେୟା ସୀତା ପାତ୍ର କହିଛନ୍ତି, ମୋ ଘରଟି ସ୍କୁଲ ପାଖରେ। ମୁଁ ସବୁ ଦିନେ ଆସି ସ୍କୁଲରେ ଚାବି ପକାଏ। କାଲି ବର୍ଷା ହେଉଥିଲା। ତେଣୁ ଆଉ ଆସିପାରିଲିନି। ପିଲାମାନେ ଚାବି ପକେଇଥିଲେ। ସେ ଛୁଆକୁ ଜ୍ୱର ହେଉଥିବାରୁ ସେ ଶ୍ରେଣୀ ଗୃହରେ ବେଞ୍ଚରେ ଶୋଇପଡ଼ିଥିଲା। ତା’ ବାପାମା’ ତାକୁ ଖୋଜିଥିଲେ। କିନ୍ତୁ ପାଇ ନଥିଲେ। ମୋ ପାଖକୁ ଆସିଥିଲେ ଚାବି ପାଇଥା’ନ୍ତେ। କିନ୍ତୁ ସେମାନେ ଆସି ନଥିଲେ। ସକାଳେ ଆସି ତା’ ବାପା ଚାବି ମାଗିଥିଲେ।

ଶିକ୍ଷୟିତ୍ରୀ ସଞ୍ଜିତା ଦାଶ କହିଛନ୍ତି, ସବୁ ଦିନେ ରୋଷେୟା ଶ୍ରେଣୀ ଗୃହଗୁଡ଼ିକରେ ତାଲା ପକାନ୍ତି। ଗତକାଲି ବହୁତ ଜୋରରେ ବର୍ଷା ହେଉଥିଲା। ତେଣୁ ରୋଷେୟା ଆସିପାରି ନଥିଲେ। ୪ଟା ୧୦ ପାଖାପାଖି ଆମେ ସପ୍ତମ ଶ୍ରେଣୀର ଦୁଇ ଜଣ ଛୁଆଙ୍କୁ ଶ୍ରେଣୀଗୃହଗୁଡ଼ିକରେ ତାଲା ପକାଇବାକୁ କହିଥିଲୁ। ଦ୍ୱିତୀୟ ଶ୍ରେଣୀର ସେହି ଝିଅଟି ଶ୍ରେଣୀଗୃହରେ ଶୋଇପଡ଼ିଥିଲା। ବସିବା ପାଇଁ ଉଦ୍ଦିଷ୍ଟ ଡେସ୍କରେ ଝିଅଟି ଶୋଇପଡ଼ିଥିଲା। ତେଣୁ ତାଲା ପକାଇବାକୁ ଯାଇଥିବା ପିଲା ଦୁଇଟି ତାକୁ ଦେଖିପାରି ନଥିଲେ। କାରଣ ସେମାନେ ସେହି ରୁମ୍‌ ଭିତରକୁ ଯାଇ ଲାଇଟ ବନ୍ଦ କରିଥିଲେ। ଝରକା ବି ବନ୍ଦ କରିଥିଲେ। କିନ୍ତୁ ସେ ଝିଅଟିକୁ ଦେଖି ପାରି ନଥିଲେ। ସକାଳେ ଆସି ତା’ ପରିବାର ଲୋକେ ଏଠାକୁ ଆସିବା ପରେ ତାକୁ ଠାବ କରିଥିଲେ। ଝିଅଟି ଝରକା ଦେଇ ବାହାରିବାକୁ ପ୍ରୟାସ କରିଥିଲା। ସେ ରାତିରେ ଉଠିଥିଲା କି ସକାଳେ ଉଠି ଝରକା ଦେଇ ବାହାରିବାକୁ ଚେଷ୍ଟା କରିଥିଲା ଜଣାପଡ଼ିନି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe