Advertisment

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ : ସରକାରୀ ମେଡିକାଲରେ ସକ୍ରିୟ ଦଲାଲଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ

ହାଇକୋର୍ଟ ସରକାରୀ ମେଡିକାଲଗୁଡ଼ିକରେ ସକ୍ରିୟ ଦଲାଲମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଣିଥରେ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

undefined

Loka Seva Bhavan

Advertisment

ହାଇକୋର୍ଟ ସରକାରୀ ମେଡିକାଲଗୁଡ଼ିକରେ ସକ୍ରିୟ ଦଲାଲମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଣିଥରେ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଅକ୍ଟୋବର ମାସରେ ଅନୁରୂପ ଭାବେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମେଡିକାଲ କଲେଜ ଅଧୀକ୍ଷକମାନଙ୍କୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇ ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରଭାବିତ କରୁଥିବା ଦଲାଲମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରାମର୍ଶ ଦେଇôଥଲେ । କିନ୍ତୁ ସ୍ୱାସ୍ଥ୍ୟ ସଚିବଙ୍କ ଏହି ତାଗିଦ୍ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହୋଇନଥିଲା, ଯେଉଁଥିପାଇଁ ଗତ ପ୍ରାୟ ୧୦ଦିନ ତଳେ ଓଡ଼ିଶା ହାଇକୋର୍ଟ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ପ୍ରଭାବିତ କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଗତକାଲି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ଏସପି, ଡିସିପି ଓ ସିଡିଏମଓମାନଙ୍କୁ ଚିଠି ଲେଖି ସମସ୍ତ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ବିଶେଷକରି ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକରେ ଦଲାଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠି ଏଭଳି ଗତିବିଧିରେ ଦଲାଲ ସକ୍ରିୟ ଥିବାର ପ୍ରମାଣ ମିଳୁଛି ସେମାନଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟାଳୟ ଓ ଅନ୍ୟ ସରକାରୀ ମେଡିକାଲଗୁଡ଼ିକର ଓପିଡିକୁ ଆସୁଥିବା ରୋଗୀମାନଙ୍କୁ ପ୍ରଭାବିତ କରି ଦଲାଲମାନେ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଯାଉଥିବାରୁ ରୋଗୀମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଏଭଳି ଘଟଣାରେ ରାଜ୍ୟ ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିବା ସହ ଏପରି ଗତିବିଧିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏବେ ସ୍ୱାସ୍ଥ୍ୟସଚିବ ଶ୍ରୀମତୀ ପଣ୍ଡିତ ଥାନା ଆଇଆଇସିଠୁ ଆରମ୍ଭ କରି ବିଡିଓ, ଏସଡିପିଓ, ଉପଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଏସପି ଓ ଜିଲ୍ଲାପାଳ ଆଦିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସକ୍ରିୟ ଥିବା ଦଲାଲମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

Advertisment
Health Service Odisha Healthy Environment Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe