Advertisment

ଅଂଶୁଘାତ ସ୍ଥିତି ସାଂଘାତିକ, ଗଲାଣି ୨୦ ଜୀବନ!

ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୦ ଜଣ ଅଂଶୁଘାତ ଯୋଗୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

Heat Wave

Heat Wave

Advertisment

ରାଜ୍ୟରେ ଦିନକୁ ଦିନ ଅଂଶୁଘାତ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ୨ ଦିନ ହେଲା ଉପକୂଳରେ ତାତି ସମାନ୍ୟ କମିଥିଲେ ହେଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨ ଦିନ ପୂର୍ବରୁ ମଧ୍ୟ ଉପକୂଳ ଓଡ଼ିଶାରେ ହେଉଥିବା ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା।

Advertisment

ଏଥିଯୋଗୁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୦ ଜଣ ଅଂଶୁଘାତ ଯୋଗୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ୩ଟି ଅଭିଯୋଗର ତଦନ୍ତ କରି ସେମାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜରେ ୩ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ବାକି ୧୭ଟି ଅଭିଯୋଗର ତଦନ୍ତ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବିଭାଗ ଆହୁରି କହିଛି ଯେ ଏ ପର୍ଯ୍ୟନ୍ତ ରାଜ୍ୟରେ ୭୮୬ଟି ଅଂଶୁଘାତ ମାମଲା ଆସିଛି। ସ୍ଥିତି ଆଗକୁ ବଗିଡ଼ିବାର ଆଶଙ୍କା ନାହିଁ। ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Advertisment
Odisha Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe