Advertisment

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼;ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ହୋଇଛି।

puri

puri

Advertisment

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଯାଇଛନ୍ତି ଭକ୍ତ। ଅସମ୍ଭାଳ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

Advertisment

ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେଉଛି। ପୁଲିସ ପ୍ରଶାସନ ପକ୍ଷରୁ
ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲେ ବି ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ହୋଇଛି। ତେବେ ଲାଂଚ ନେଇ କିଛି ଭକ୍ତଙ୍କୁ ଗଳାବାଟରେ ଛଡ଼ା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି।

Advertisment

ଜଣେ ଭକ୍ତ କହିଛନ୍ତି, ୨ ଘଣ୍ଟା ଧରି ଆମେ ଲାଇନରେ ଠିଆ ହୋଇଛୁ।  ସେବାୟତମାନେ ପଇସା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡ଼ୁଛନ୍ତି। ଆମେ ମାନେ ଘଣ୍ଟାଘଣ୍ଟା ଧରି  ଲାଇନରେ ଠିଆ ହୋଇଛୁ।  

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe