heat wave
ଚଳିତ ବର୍ଷ ଏଯାଏଁ ୧୬ ଜିଲ୍ଲାକୁ ଆସିଛି ଅଂଶୁଘାତ ଘଟଣା। ଆଜି ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
Advertisment
ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବେ ଯାଏଁ ସବୁଠୁ ଅଧିକ ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧାରୁ ୧୨ ଜଣ ଯେଉଁଥିରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭ ଜଣ ରହିଛନ୍ତି।
ସେହିପରି ଅନୁଗୁଳରୁ ୯ ଜଣ, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ ଜଣ ଭର୍ତ୍ତି ହୋଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ଅଂଶୁଘାତରେ କିଛି ବ୍ୟକ୍ତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ତେବେ ଏସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
