Advertisment

ପ୍ରଚଣ୍ଡ ଖରା: ଜଣେ ମୃତ, ୮୯ ଅସୁସ୍ଥ

କିଛି ଦିନ ଧରି ଅଂଶୁଘାତରେ କିଛି ବ୍ୟକ୍ତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
undefined

heat wave

Advertisment

ଚଳିତ ବର୍ଷ ଏଯାଏଁ ୧୬ ଜିଲ୍ଲାକୁ ଆସିଛି ଅଂଶୁଘାତ ଘଟଣା। ଆଜି ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

Advertisment

ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବେ ଯାଏଁ ସବୁଠୁ ଅଧିକ ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧାରୁ ୧୨ ଜଣ ଯେଉଁଥିରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭ ଜଣ ରହିଛନ୍ତି।

ସେହିପରି ଅନୁଗୁଳରୁ ୯ ଜଣ, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ ଜଣ ଭର୍ତ୍ତି ହୋଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ଅଂଶୁଘାତରେ କିଛି ବ୍ୟକ୍ତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ତେବେ ଏସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନି।

Advertisment
Heavy Heat Wave
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe