ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଅଭିନବ ପ୍ରୟାସ। ରାତି ଅନିଦ୍ରା ହେଉଥିବା ଗାଡି ଚାଳକଙ୍କୁ ଚା' ପରସିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଟ୍ରକ୍ ଚାଳକ। କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ। ତେବେ ଏହି ବାବଦକୁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।