Advertisment

ହେ ମହାପ୍ରଭୁ...

ରାତି ପାହିବାକୁ ଅଳପ ବାକିଥିଲା। ତଥାପି ଚାରିଆଡ଼େ ପ୍ରହରା ଦେଉଥିଲା ଘନ ଅନ୍ଧାର। ସେହି ଅନ୍ଧକାରକୁ ଚିରି ହାଇମାଷ୍ଟ ଲାଇଟ୍‌ ଗୁଡ଼ିକ ଆଚ୍ଛାଦିତ କରିଥିଲା ଉଜ୍ଜଳ ଆଲୋକ। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। ସିନ୍ଦୂରା ଫିଟିବା ଆଗରୁ ଅବାରିତ ବର୍ଷାରେ ଭିଜିଥିଲା ଶ୍ରୀକ୍ଷେତ୍ର।

Puri

Puri

Advertisment

ବର୍ଷାରେ ଭିଜୁଥିଲା ଶ୍ରୀକ୍ଷେତ୍ର। ଆଉ ସେହି ପାହାନ୍ତି ରାତିରେ କୋହରେ ଭିଜିଲା ସିଂହଦ୍ୱାର! ମହାପ୍ରଭୁଙ୍କ ଶରଣ ପଶିଲେ ଜଣେ ମହିଳା ଶ୍ରଦ୍ଧାଳୁ। ଅବିଶ୍ରାନ୍ତ ବର୍ଷାକୁ ଖାତିର ନକରି ଭକ୍ତି ଭାବରେ ପତିତପାବନ ଆଗରେ ମହାପ୍ରଭୁଙ୍କ ପାଦ ତଳେ ନିଜକୁ ସମର୍ପି ଦେଲେ। ଆଉ କହିଲେ, ହେ ମହାପ୍ରଭୁ...। ଏପରି ଭକ୍ତିଭାବ ଦେଖି ସିଂହଦ୍ୱାରରେ ଛିଡ଼ା ହୋଇଥିବା ମହାପ୍ରଭୁଙ୍କ ସେବକ ମହିଳାଙ୍କୁ ବେତ ପାହାର ଦେଇ କହିଥିଲେ, ହେ ମହାପ୍ରଭୁ ଭକ୍ତଙ୍କ ମନବାଞ୍ଛା ପୂରଣ ହେଉ...।

Advertisment

ରାତି ପାହିବାକୁ ଅଳପ ବାକିଥିଲା। ତଥାପି ଚାରିଆଡ଼େ ପ୍ରହରା ଦେଉଥିଲା ଘନ ଅନ୍ଧାର। ସେହି ଅନ୍ଧକାରକୁ ଚିରି ହାଇମାଷ୍ଟ ଲାଇଟ୍‌ ଗୁଡ଼ିକ ଆଚ୍ଛାଦିତ କରିଥିଲା ଉଜ୍ଜଳ ଆଲୋକ। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। ସିନ୍ଦୂରା ଫିଟିବା ଆଗରୁ ଅବାରିତ ବର୍ଷାରେ ଭିଜିଥିଲା ଶ୍ରୀକ୍ଷେତ୍ର। ଶୂନ୍‌ଶାନ୍‌ ପାହାନ୍ତିଆ ରାତିକୁ ଢୁ ଢୁ ମେଘର ଶବ୍ଦ ଅଥୟ କରୁଥିଲା। ସେତେବେଳେ ଅଧା ଖୋଲିଥିଲା ମହାପ୍ରଭୁଙ୍କ ପତିତପାବନ। ଆଉ ଶ୍ରୀମନ୍ଦିର ପରିସରରୁ ବାଇଶି ପାହାଚ ଦେଇ ଝରଣାଟିଏ ପରି ପ୍ରବଳ ବେଗରେ ବୋହି ଆସୁଥିଲା ବର୍ଷା ପାଣି। ସେତେବେଳେ ପ୍ରାୟତଃ ଶୂନ୍‌ଶାନ୍‌ ଥିଲା ବଡ଼ଦାଣ୍ଡ। କାଁଭାଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ପାଇଁ ଦୋକାନ ପାଖରେ ଛିଡ଼ା ହୋଇଥିଲେ। ଆଉ କେତେକ ସେବାୟତ ନୀତିକାନ୍ତି ପାଇଁ ସିଂହଦ୍ୱାର ଭିତରକୁ ଯିବା ପାଇଁ ଅପେକ୍ଷା କରିଥିଲେ।

Advertisment

ଢୁ ଢୁ ମେଘର ଶବ୍ଦ ଭିତରେ ବଡ଼ଦାଣ୍ଡରୁ ଶୁଭିଥିଲା କାହାର କ୍ରନ୍ଦନ ସ୍ୱର। ଓଦା ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଦଣ୍ଡ ମାରି ପତିତପାବନ ଆଡକୁ ଆସିଲେ। ବାଇଶି ପାହାଚ ଦେଇ ବୋହି ଆସୁଥିବା ବର୍ଷା ପାଣିକୁ ଖାତିର ନକରି ସିଂହଦ୍ୱାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଇଥିଲେ। ହେ ମହାପ୍ରଭୁ...... ବୋଲି ଡାକି ଦୁଇ ହାତ ଯୋଡ଼ି ବୁକୁ ଫଟାଇ କାନ୍ଦି ଥିଲେ। ବୋଧହୁଏ ଭାବରେ ମହିଳା ଜଣକ ଭୋ ଭୋ ହୋଇ କାନ୍ଦିଥିଲେ। ମହିଳାଙ୍କ ଏପରି କାନ୍ଦ ଦେଖି ସହ୍ୟ କରିପାରିଲେନି ସେବାୟତ। ବେତ ଛୁଆଁଇ କହିଥିଲେ- ହେ ମହାପ୍ରଭୁ ଭକ୍ତଙ୍କ ମନବାଞ୍ଛା ପୂରଣ କର...।

ବର୍ଷା ପାଣିକୁ ଖାତିର ନକରି ମହିଳା ଜଣକ ଦଣ୍ଡ ମାରି ମାରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ୨ରୁ ୩ ଦିନ ତଳର। ଶୁଣିବାକୁ ମିଳୁଛି, ମହିଳାଙ୍କ ଏପରି ଭକ୍ତିଭାବ ଦେଖି ଜଣେ ବ୍ୟକ୍ତି ନିଜକୁ ସହ୍ୟ କରିପାରିଲେ ନାହିଁ। ତେଣୁ ସେ ପୂରା ଘଟଣାକୁ ନିଜ ମୋବାଇଲରେ କଏଦ କରିଥିଲେ। ଯାହା ଏବେ ଭାଇରାଲ୍‌ ହେଉଛି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe