Advertisment

ବାରିପଦା ଆକାଶରେ ପଇଁତରା ମାରିଲା ହେଲିକପ୍ଟର

ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତ ସମୟରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Baripada

Baripada

Advertisment

ବାରିପଦା ଆକାଶରେ ପଇଁତରା ମାରିଲା ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର। ଦୁଇ ଦୁଇ ଥର ହେଲିକପ୍ଟର ପଇଁତରା ମାରିଥିବା ଦେଖିବାକୁ ମିଳିଛି। ହଠାତ୍‌ ଆକାଶରେ ହେଲିକପ୍ଟର ପଇଁତରା ମାରିବା ଦେଖି ଲୋକଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ମହାମହି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ବାୟୁସେନା ପକ୍ଷରୁ ହେଲିକପ୍ଟରରେ ଟ୍ରାଏଲ୍‌ ରନ୍‌ କରିଥିବା ଜଣାପଡ଼ିଛି।

Advertisment

ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତ ସମୟରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀରୁ ବାହାରିବେ। ସେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବାୟୁସେନା ବିମାନ ଘାଟିରେ ଅବତରଣ କରିବେ। ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାରିପଦା ଆସିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ଟ୍ରାଏଲ୍‌ ରନ କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଦୁଇ ଦୁଇ ଥର ବାରିପଦା ଆକାଶରେ ପଇଁତରା ମାରିବା ପରେ ଅବତରଣ କରିଛି। ଏଥିସହ ବାୟୁସେନାର ୫ ଜଣିଆ ଟିମ୍‌ ବାରିପଦାରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

Advertisment

ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ଥିବାରୁ ମୋଟ୍‌ ୧୮ଟି ସ୍ଥାନରେ କ୍ୟାମ୍ପ କରା ଯାଇଥିଲା ବେଳେ ଓଡ଼ିଶାର ବିଭିନ୍ନ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିୟୋଜିତ ରହିଛନ୍ତି ବୋଲି ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦନାଥ ଦେ କହିଛନ୍ତି।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

President Of India Baripada Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe