Advertisment

ଯନ୍ତ୍ରଣାରେ ଛଟପଟ ଚଞ୍ଚଳା ମାଉସୀ; ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ସୁନ୍ଦରଗଡ଼ ଜିଲ୍ଲା ବିରବିରା ପଞ୍ଚାୟତର ସାଲେପାଲି ଗାଁର ଭିନ୍ନକ୍ଷମ ଚଞ୍ଚଳା ଭଇଁସା। ବୟସ ୭୦ ବର୍ଷରୁ ଅଧିକ ହେବ। ଅଣ୍ଟା ବାଙ୍କି ଗଲାଣି। ଦେହର ଚମ ସବୁ ଧୁଡଧୁଡି ପଡ଼ିଗଲାଣି। ଚାଲିବାକୁ ପାଦରେ ବଳ ନାହିଁ।

author-image
Manoj Swain

ଚଞ୍ଚଳା ମାଉସୀ ୭୦ ପାର କଲେଣି। ଅର୍ଥାତ ବାର୍ଦ୍ଧକ୍ୟରେ ପଦାର୍ପଣ କଲେ ଚଞ୍ଚଳା ମାଉସୀ। ହେଲେ ଦୁଃଖର ବିଷୟ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ତାଙ୍କୁ ନା ମିଳୁଛି ଦିବ୍ୟାଙ୍ଗ ଭତ୍ତା ନା ବାର୍ଦ୍ଧକ୍ୟ ଭତ୍ତା। ପରିଣତର ଏ ବୟସରେ ତାଙ୍କୁ କେବଳ ଭତ୍ତା ମିଳିନି, ଖାଦ୍ୟ ସୁରକ୍ଷା ଆଇନ୍‌ରେ ଚାଉଳ ଓ ଆବାସ ଯୋଜନାରେ ଘର ମଧ୍ୟ ମିଳୁନି। ତେଣୁ ଗୋରୁ ଗୁହାଳ ପରି ଦେଖାଯାଉଥିବା ଭଙ୍ଗାଦଦରା ଘରେ ଦୁଃଖ ଓ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଛନ୍ତି ଚଞ୍ଚଳା ମାଉସୀ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରୁ ଆସିଛି ଏପରି ଚିତ୍ର। 

Advertisment
Odisha Sundargarh