Advertisment

ନବଜାତ ପାଇଁ ଆଗକୁ ବଢ଼ୁନି ହାତୀ ପଲ, ୫ ଦିନ ହେଲା ପକାଇଛି ଡେରା

ଘେଁସ ରେଞ୍ଜ ଜମଲା ଅଞ୍ଚଳରେ ୨୯ ଟିକିଆ ହାତୀପଲ ଗତ ୫ ଦିନ ହେଲା ଡେରା ପକାଇ ରହିଛନ୍ତି। ସେଠାରୁ ସେମାନେ ଆଗକୁ ବଢ଼ୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

Hati

Hati

Advertisment

ନବଜାତ ହାତୀକୁ ଜଗି ରହିଛନ୍ତି ୨୯ ଟିକିଆ ହାତୀପଲ। ତେଣୁ ୫ ଦିନ ହେଲା ସେମାନେ ଗୋଟିଏ ସ୍ଥାନରେ ଡେରା ପକାଇ ରହିଛନ୍ତି। ଏପରି ଏକ ଘଟଣା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଡୁଙ୍ଗୁରିପାଲି ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ଛତିଶଗଡ଼ର ଏକ ହାତୀପଲ କିଛି ଦିନ ହେବ ଓଡ଼ିଶାମୁହାଁ ହୋଇଛନ୍ତି। ଘେଁସ ରେଞ୍ଜ ଜମଲା ଅଞ୍ଚଳରେ ୨୯ ଟିକିଆ ହାତୀପଲ ଗତ ୫ ଦିନ ହେଲା ଡେରା ପକାଇ ରହିଛନ୍ତି। ସେଠାରୁ ସେମାନେ ଆଗକୁ ବଢ଼ୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

ତେବେ ବନବିଭାଗର ସୂଚନା ଅନୁଯାୟୀ, ହାତୀ ପଲରେ ୧୦ ଗୋଟି ଛୋଟ ଛୁଆ ହାତୀ ରହିଥିବା ବେଳେ ଏକ ନୂତନ ଶିଶୁ ମଧ୍ୟ ରହିଛି। ନବଜାତ ହାତୀଟି ଗତ ତିନିଦିନ ଭିତରେ ସେହି ଅଞ୍ଚଳରେ ଜନ୍ମ ହୋଇଛି । ଯେଉଁ କାରଣରୁ ହାତୀମାନେ ଆଗକୁ ବଢ଼ି ପାରୁ ନାହାନ୍ତି। ଦୁଇ ଦନ୍ତା ନିଜ ପଲକୁ ଜଗି ସୁରକ୍ଷା ଦେଉଛନ୍ତି।

Advertisment

ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାତିରେ ଆଖ ପାଖ ଅଞ୍ଚଳର ବିଦ୍ୟୁତ ସଂଯୋଗ କାଟି ଦିଆଯାଉଥିବା ଅଧିକାରୀ କହିଛନ୍ତି। ତେବେ ନବଜାତ ହାତୀ ହେତୁ ହାତୀ ପଲ ଆଗକୁ ବଢ଼ି ପାରୁ ନ ଥିବା ବେଳେ ଖୁବ ଶୀଘ୍ର ସେମାନେ ଆଗକୁ ବଢିବେ । ସେ ପର୍ଯ୍ୟନ୍ତ ଚିନ୍ତିତ ନ ହେବା ନିମନ୍ତେ ବନବିଭାଗ ଅଧିକାରୀ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି।

BARAGADA Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe