Advertisment

ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ହାଇକୋର୍ଟ

ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
undefined

High Court

Advertisment

ଆସୁଛି ପାର୍ବଣ ଋତୁ। ଜମିବ ପୂଜା। ହେଲେ ଏହି ପାର୍ବଣ ଋତୁରେ ଲାଗିଛି ବଡ଼ ଝଟ୍‌କା। କାରଣ ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ପାର୍ବଣ ଋତୁରେ ଜମିଥାଏ କଟକ। ଛକ ଛକରେ ଆକର୍ଷଣୀୟ ମେଢ଼ ସାଙ୍ଗକୁ ଝିଲ୍‌ମିଲ୍‌ ଆଲୁଅରେ ଝଲସିଥାଏ କଟକର ରାସ୍ତାଘାଟ। ଲୋକାରଣ୍ୟ ହୋଇଥାଏ ଏହି ପୁରୁଣା ମହାନଗରୀ। ହେଲେ ବର୍ତ୍ତମାନ ପରିସ୍ଥିତିରେ କଟକର ରାସ୍ତକୁ ଦେଖିଲେ ଭାରି ଦୁଃଖ ଲାଗୁଛି। କାରଣ ରାସ୍ତା ପାଲଟିଛି ମରଣ ଯନ୍ତା। ରାସ୍ତା ମଝିରେ ବଡ଼ବଡ଼ ଖାଲସୃଷ୍ଟି ହୋଇଛି। ଏଥିସହ ରାସ୍ତା ପାର୍ଶ୍ୱରେ ଦିନ ଦିନ ଜମି ରହୁଛି ବର୍ଷା ପାଣି। ପାଣି ନିଷ୍କାସନ ହୋଇପାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। 

Durga Puja Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe