Advertisment

କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ

ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।

author-image
Manoranjan Sial
undefined

Odisha High Court

ରୁପାର ସହର କଟକରେ ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ। ଯେଉଁଥିପାଇଁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। କଟକ ସହରରେ ବଢ଼ିଥିବା ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଆଜି ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ।

Advertisment

କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି। ତେଣୁ ତୁରନ୍ତ ସହରରୁ ମଶାଙ୍କ ପ୍ରାଦୁର୍ଭାବ ହ୍ରାସ୍‌ କରିବା ପାଇଁ ପଦକ୍ଷେପ ନେବାକୁ କଟକ ମହାନଗର ନିଗମ(ସିଏମ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ମେଳା ସରିବା ପରେ ବାଲିଯାତ୍ରା ପଡ଼ିଆର ଅପରିଷ୍କାର ପରିବେଶକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ହାଇକୋର୍ଟ। ଏହାର ଜବାବରେ ଜିଲ୍ଲାପାଳ କହିଛନ୍ତି, ଆସନ୍ତା ନଭେମ୍ବର ୩୦ ସୁଦ୍ଧା ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରିଦେବୁ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ପଡ଼ିଆରୁ ଅଳିଆ ଆବର୍ଜନା ସଫା ନହୁଏ, ତାହାହେଲେ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ ବୋଲି ହାଇକୋର୍ଟ ଚେତାଇ ଦେଇଛନ୍ତି।

Advertisment

ସେହିପରି ସହରର ବିଭିନ୍ନ ସ୍ଥାନରେ ଆସନ୍ତା ଏପ୍ରିଲ ୧୫ ସୁଦ୍ଧା ଷ୍ଟ୍ରିଟ୍‌ ଲାଇଟ୍‌ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାଛଡା ତାଳଦଣ୍ଡା କେନାଲରୁ କାହିଁକି ପାଣି ହ୍ରାସ ହେଉଛି, ସେନେଇ ଜବାବ ତଲବ କରିଛନ୍ତି ହାଇକୋର୍ଟ। ମଙ୍ଗଳାବାଗ ଛକରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ସହ ଆଉ କ’ଣ ସେଠି କରାଯାଇ ପାରିବ ସେ ନେଇ ସ୍ଥିତି ପରଖିବା ପାଇଁ କୋର୍ଟ ପରାମର୍ଶ ଦେବା ସହ ପେଟାନାଳ କାମ ଶୀଘ୍ର ଶେଷ କରିବାକୁ ଡ୍ରେନେଜ, ସିଏମ୍‌ସି ଓ ୱାଟକୋ ମିଳିତ ଭାବେ କାମ କରିବେ ବୋଲି ହାଇକୋର୍ଟ କହିଛନ୍ତି। ସତୀଚୌରା ଡମ୍ପିଂୟାର୍ଡ ସମସ୍ୟା ତୁରନ୍ତ ସମାଧାନ କରିବାକୁ ହାଇକୋର୍ଟ କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଆଡ଼ଭୋକେଟ କମିଟି ସଦସ୍ୟ ବିଭୁତି ଭୂଷଣ ଚୌଧୁରୀ।

Cuttack High Court