Advertisment

ଆରମ୍ଭ ହେଲା ସର୍ବ ଭାରତୀୟ ବିଚାରପତିମାନଙ୍କ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ସର୍ବ ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

High Court

High Court

Advertisment

କଟକରେ ଆରମ୍ଭ ହେଲା ପ୍ରଥମ ସର୍ବଭାରତୀୟ ବିଚାରପତି ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଓଡ଼ିଶା ହାଇକୋର୍ଟ ପକ୍ଷରୁ କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଦୁଇ ଦିନ ବ୍ୟାପି ସର୍ବ ଭାରତୀୟ ବିଚାରପତିମାନଙ୍କ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖେଳାଯିବ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ହାଇକୋର୍ଟରୁ ୨୦ ଜଣ ବିଚାରପତି ଅଂଶ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଓଡିଶା ହାଇକୋର୍ଟର ୮ ଜଣ ବିଚାରପତି ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Advertisment

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରି ଶରଣ ସିଂ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟ ପକ୍ଷରୁ ସର୍ବ ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ହାଇକୋର୍ଟର ବିଚାରପତି ଙ୍କୁ ଏହି ଭଳି ପ୍ରତିଯୋଗିତାରେ ସାମିଲ କରାଯିବ। ପ୍ରଦିଦିନ କର୍ମମୟ ଜୀବନରେ ମାମଲା ବିଚାର କରିବାର ବ୍ୟସ୍ତତା ରହିଥାଏ। ତେଣୁ କର୍ତ୍ତବ୍ୟ ମଧ୍ୟରେ ବ୍ୟାଡମିଣ୍ଟନ ଖେଳିବାର ଗୋଟିଏ ସୁଯୋଗ ବିଚାରପତିମାନଙ୍କ ମଧ୍ୟରେ ଏକ ଖୁସି ଆଣିଥାଏ। ଏହାବ୍ୟତୀତ ଭାଇଚାରାକୁ ବୃଦ୍ଧି କରିବାର ଏହା ଏକ ମାଧ୍ୟମ। ତେଣୁ ଆଗମୀ ଦିନରେ ଓଡିଶା ହାଇକୋର୍ଟ ଭଳି ଅନ୍ୟ ରାଜ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେଲେ ବିଚାରପତିମାନେ ଅଧିକ ମାତ୍ରାରେ ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସାବିତ୍ରୀ ରଥ।

ପ୍ରଥମ ଥର ପାଇଁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଭାଗନେଇ ଅନ୍ୟ ହାଇକୋର୍ଟ ବିଚାରପତିମାନେ ଆନନ୍ଦ ଅନୁଭବ କରିବା ସହ ଆୟୋଜନକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଅନ୍ୟ ହାଇକୋର୍ଟମାନେ ଏହି ପ୍ରତିଯୋଗିତା ଆୟୋଜନ କରିବେ ବୋଲି ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ଆନନ୍ଦ ସେନ କହିଛନ୍ତି। ଆଜିର ଏହି ଉଦ୍‌ଘାଟନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଆସନ୍ତା କାଲି ପ୍ରତିଯୋଗିତା ଉଦ୍‌ଯାପିତ ହୋଇ ବିଜୟୀ ଦଳଙ୍କୁ ପୁରସ୍କୃତ କରାଯିବ।

Advertisment
Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe