Advertisment

ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ

୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିବା ବେଳେ କରୋନା ମାହାମାରୀ ଯୋଗୁ ପାଖାପାଖି ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା।

undefined

Odisha High Court

Advertisment

ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ପାଇଁ ଆଶାୟୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ ବୟସ ସୀମା ୬ ବର୍ଷ ଅଧିକ ବୃଦ୍ଧି କରିବାକୁ ରାୟ ଦେଇଛନ୍ତି ହାଇକୋର୍ଟ। ତେବେ ଏହା କେବଳ ଚଳିତ ଥର ପାଇଁ ଲାଗୁ ହେବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

Advertisment

ହାଇକୋର୍ଟଙ୍କ ଏହି ରାୟ ପରେ ୨୨ ସେପ୍ଟେମ୍ବର ୨୦୨୪ରେ ୧୩୬୦ଟି ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ କରି ଓଡ଼ିଶା ପୁଲିସ ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ନିଜ ରାୟରେ କହିଛନ୍ତି ହାଇକୋର୍ଟ।

ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ। ୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦବୀ ପାଇଁ ନିଯୁକ୍ତି ହୋଇଥିବା ବେଳେ କରୋନା ମାହାମାରୀ ଯୋଗୁ ପାଖାପାଖି ୬ ବର୍ଷ ଧରି ନିଯୁକ୍ତି ପାଇଁ ଆଉ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଏହି କାରଣରୁ ଆବେଦନ କରିପାରୁନଥିବା ବିଶେଶ୍ୱର ବିଶ୍ୱାଳ ଓ ଅନ୍ୟ ୪୮ ଜଣ ଆଶାୟୀ ଏକାଧିକ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପଦବୀ ପାଇଁ ଅପେକ୍ଷା କରିଥିବା ଆଶାୟୀ ଚଳିତ ବର୍ଷ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ବୃଦ୍ଧି ପାଇଁ ଦାବି କରିଥିଲେ।

Advertisment
Odisha Police Constable
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe