Advertisment

ଡାକ୍ତରଙ୍କ ଆବେଦନ ଖାରଜ; ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନରେ ସଂଶୋଧନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୩ ମାସ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ଆଇନ ସହ ସମତୁଲ କରି ଏହି ସଂଶୋଧନ କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

HighCourt

HighCourt

Advertisment

ଓଡ଼ିଶା ପେନସନ ନିୟମାବଳୀ-୧୯୯୨ରେ ଥିବା ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ସମ୍ପର୍କିତ ଆଇନରେ ସଂଶୋଧନ ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ୩ ମାସ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ଆଇନ ସହ ସମତୁଲ କରି ଏହି ସଂଶୋଧନ କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଆବେଦନକାରୀ ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ରଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

Advertisment

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ଫିଜିଓଲୋଜି ବିଭାଗ ପ୍ରଫେସର ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ରଙ୍କୁ ଭବାନୀପାଟଣା ସ୍ଥିତ ଏସଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଗତବର୍ଷ ଏପ୍ରିଲ ୨୮ ତାରିଖରେ ବଦଳି କରାଯାଇଥିଲା। ତେବେ ସମ୍ପୃକ୍ତ ବଦଳି ନିର୍ଦ୍ଦେଶକୁ ରଦ୍ଦ କରି ପୁରୀ ସ୍ଥିତ ମେଡିକାଲ କଲେଜର ଫିଜିଓଲୋଜି ବିଭାଗ ପ୍ରଫେସର ଭାବେ ବଦଳି କରିବାକୁ ଡାକ୍ତର ମିଶ୍ର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲେ।

ସ୍ୱାସ୍ଥ୍ୟ ବିଭାଗ ତାଙ୍କର ଏହି ଅନୁରୋଧକୁ ଖାରଜ କରିବା ପରେ ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଚାଲି ଯାଇଥିଲେ। ଏହାପରେ ତୁରନ୍ତ ଭବାନୀପାଟଣା ସ୍ଥିତ ଏସଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରେ ଯୋଗ ଦେବାକୁ ଜୁନ ୨୦ ତାରିଖରେ ତାଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ସେ ଏହି ନିର୍ଦ୍ଦେଶକୁ ପାଳନ ନକରି ସେହି ମାସ ୨୪ ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।

Advertisment

ଓଡ଼ିଶା ପେନସନ ନିୟମାବଳୀ-୧୯୯୨ରେ ଥିବା ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନ ଅନୁଯାୟୀ ସେ ୨୦ ବର୍ଷରୁ ଊର୍ଦ୍ଧ ସମୟ ଧରି କାର୍ଯ୍ୟ କରିଛନ୍ତି ଏବଂ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦର୍ଶାଇ ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ର ସ୍ୱେଚ୍ଛାକୃତ ଅବସର ଆବେଦନ କରିଥିଲେ। ତେବେ ରାଜ୍ୟରେ ଡାକ୍ତର ଅଭାବ ଥିବା ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ଆବେଦନ ଖାରଜ କରି ଦେଇଥିଲା। ତେଣୁ ଡାକ୍ତର ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ରାଜ୍ୟରେ ଡାକ୍ତର ଅଭାବ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଡାକ୍ତର ସ୍ନିଗ୍ଧାପ୍ରଭା ମିଶ୍ରଙ୍କ ଆବେଦନକୁ ଖାରଜ କରିବା ସହ ଓଡ଼ିଶା ପେନସନ ନିୟମାବଳୀ-୧୯୯୨ରେ ଥିବା ସ୍ୱେଚ୍ଛାକୃତ ଅବସର ସମ୍ପର୍କିତ ଆଇନରେ ସଂଶୋଧନ କରିବା ପାଇଁ ରାୟ ଦେଇଛନ୍ତି। 

Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe