Advertisment

ଡିପିସି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀରେ ପଦୋନ୍ନତି ପାଇଁ ଗୃହ ବିଭାଗ ପକ୍ଷରୁ ୨୦୨୨ମସିହା ଡିସେମ୍ବର ୨୦ରେ ତାରିଖରେ ଚୂଡାନ୍ତ ଗ୍ରେଡେସନ ଲିଷ୍ଟ ପ୍ରକାଶ କରାଯାଇଥିଲା।

High Court

High Court

Advertisment

ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆବେଦନକାରୀ ଡେପୁଟି କମାଣ୍ଡାଣ୍ଟ ବିଭୁତି ଭୂଷଣ ମହାରଣା ଓ ଅନ୍ୟମାନଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ସ୍ଥଗିତାଦେଶ ଜାରି କରିଛନ୍ତି।

Advertisment

ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀରେ ପଦୋନ୍ନତି ପାଇଁ ଗୃହ ବିଭାଗ ପକ୍ଷରୁ ୨୦୨୨ମସିହା ଡିସେମ୍ବର ୨୦ରେ ତାରିଖରେ ଚୂଡାନ୍ତ ଗ୍ରେଡେସନ ଲିଷ୍ଟ ପ୍ରକାଶ କରାଯାଇଥିଲା। କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ଉଭୟ ବାଟାଲିୟନ ଅଫିସର ଵା ସୁବେଦାର ଓ ରିଜର୍ଭ ପୁଲିସର ରିଜର୍ଭ ଇନ୍ସପେକ୍ଟର ମାନଙ୍କୁ ସୁଯୋଗ ମିଳିଥାଏ।

ଉଭୟ ବର୍ଗ ମଧ୍ୟରୁ ବାଟାଲିୟନ ଅଫିସରଙ୍କ ସଂଖ୍ୟା ଅଧିକା ଥିବାରୁ ୨:୧ ଅନୁପାତରେ ପଦୋନ୍ନତି ଦେବାକୁ ଆଇନରେ ବ୍ୟବସ୍ଥା ରହିଛି। ତେବେ ଏହି ଚୂଡାନ୍ତ ତାଲିକା ପ୍ରସ୍ତୁତି ସମୟରେ ବାଟାଲିୟନ ଅଫିସର ଵା ସୁବେଦାର ମାନଙ୍କ ବରିଷ୍ଠତାକୁ ଅଣଦେଖା କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ।

Advertisment

ଏହି ପ୍ରସଙ୍ଗରେ ସରକାର ଜବାବ ଦାଖଲ କରିଥିଲେ। ଆଜି ହାଇକୋର୍ଟ ଏହାର ଶୁଣାଣି କିଛି ସମୟ କରିଥିଲେ। ଏହାପରେ ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି କହିଛନ୍ତି। ଆଜିର ଶୁଣାଣି ବେଳେ ଡିପିସି ଉପରେ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

Odisha Odisha Highcourt High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe