Advertisment

‘ମୋ ବସ୍‌’ ଏମ୍‌ଡିଙ୍କୁ କଡ଼ା ଭର୍ତ୍ସନା କଲେ ହାଇକୋର୍ଟ

ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କଲେ ହାଇକୋର୍ଟ। ‘ମୋ ବସ୍‌’ ଡ୍ରାଇଭର ଗାଡି ଚାଳନା କରିବା ପୂର୍ବରୁ ମଦ୍ୟପାନ ଯାଞ୍ଚ ହେଉଛି ନା ନାହିଁ ପ୍ରଶ୍ନ କଲେ।

author-image
Manoranjan Sial
undefined

Odisha High Court

ହାଇକୋର୍ଟରେ ହାଜର ହେଲେ ‘ମୋ ବସ୍‌’ର ଏମଡି ଥିରୁମାଲା ନାଏକ। Capital Region Urban Transport (CRUT) କ୍ରୁଟ୍ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ଏ ନେଇ ‘ମୋ ବସ୍‌’ ଏମ୍‌ଡିଙ୍କୁ କଡା ଭର୍ତ୍ସନା କଲେ କୋର୍ଟ।

Advertisment

ଲୋକଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କଲେ ହାଇକୋର୍ଟ। ‘ମୋ ବସ୍‌’ ଡ୍ରାଇଭର ଗାଡି ଚାଳନା କରିବା ପୂର୍ବରୁ ମଦ୍ୟପାନ ଯାଞ୍ଚ ହେଉଛି ନା ନାହିଁ ପ୍ରଶ୍ନ କଲେ। ‘ମୋ ବସ୍‌’ ଯୋଗୁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଓ କ୍ଷତିପୂରଣ ଦିଆଯାଇଛି କି ନାହିଁ? ସେ ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

‘ମୋ ବସ୍‌’ ଏମ୍‌ଡି ଥିରୁମାଲା ନାୟକ ଓ ଓଏସ୍‌ଆରଟିସିର ଏମ୍‌ଡି ଦୀପତେଶ ପଟ୍ଟନାୟକ ଉଭୟ ଭର୍ଚୁଆଲ୍‌ରେ ହାଜର ହୋଇଥିଲେ। ‘ଲକ୍ଷ୍ମୀ ବସ୍‌’ରେ ଲଗାଯାଇଥିବା ଅତ୍ୟାଧୁନିକ ସରଞ୍ଜାମ ଯୋଗୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ, ବସର ସ୍ଥିତି ଓ ବେଗ ସମ୍ପର୍କରେ ସବିଶେଷ ତଥ୍ୟ ଓଏସ୍‌ଆରଟିସିର ମୁଖ୍ୟାଳୟରେ ଜଣାପଡିଯାଉଛି ବୋଲି ଏମ୍‌ଡି ଦୀପତେଶ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ବ୍ୟବସ୍ଥା ‘ମୋ ବସ୍‌’ରେ ବ୍ୟବହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଇଭର ନିଶାସକ୍ତ କି ନାହିଁ ଜାଣିବା ପାଇଁ ବାରମ୍ବାର ଏବଂ ଅଚାନକ ବ୍ରେଥ୍‌ ଆନାଳାଇଜର ବ୍ୟବହାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Mo Bus Cuttack Orissa High Court Mo Bus Service High Court