Advertisment

ରାଜଧାନୀରେ ମହିଳାଙ୍କ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ

ଆଜି ଭିଏସ୍‌ଏସ୍‌ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିବା ବେଳେ ରସୁଲଗଡ଼ ଓଭବ୍ରିଜ୍‌ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ ଜଣେ ମହିଳା।

author-image
Manoranjan Sial
ଅଦ୍ୟତନ ହୋଇଛି
Capital

Capital

ରାଜଧାନୀ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍‌କେଡ୍‌କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଆଜି ଭିଏସ୍‌ଏସ୍‌ ନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥିଲା। ସେଠାରେ ଯୋଗଦେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରୁଥିବା ବେଳେ ରସୁଲଗଡ଼ ଓଭବ୍ରିଜ୍‌ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ପଶି ଆସିଥିଲେ ଜଣେ ମହିଳା। ଓଭରବ୍ରିଜ୍‌ ତଳେ ମହିଳା ଜଣକ ପାଇଲଟିଂ କାର୍‌ ଆଗକୁ ପଳାଇ ଆସିଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ। ହେଲେ ମହିଳା ଜଣକ ପୁଲିସ୍‌ କର୍ମଚାରୀଙ୍କ ସହିତ ଠେଲାପେଲା କରିଥିଲେ। ପରେ ପୁଲିସ୍‌ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ହେଲେ ମହିଳାଙ୍କ ପରିଚୟ ମିଳିପାରି ନାହିଁ।

ମହିଳା ଜଣକ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିଲେ,ତାହା ଜଣାପଡ଼ିନି। ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍‌ ଟ୍ରାଫିକ୍‌ ଅଟକାଇଥିଲା। ଯେଉଁଥିପାଇଁ ମହିଳା ଜଣକ ରାଗି ଯାଇଥିଲେ ଓ କାର୍‌କେଡ୍‌ ଆଗକୁ ଆସି ପ୍ରତିବାଦ କରିଥିଲେ। ଆଉ କ’ଣ ପାଇଁ ଟ୍ରାଫିକ୍‌ ଅଟକା ଯାଉଛି ବୋଲି ମହିଳା ଜଣକ ପୁଲିସ୍‌କୁ ପ୍ରଶ୍ନ କରିଥିବା ଚର୍ଚ୍ଚା ହେଉଛି। ସିଏ ଯାହା ହେଉନା କାହିଁକି ମହିଳାଙ୍କ ଏପରି ପ୍ରତିବାଦକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Advertisment
Bjp Bhubaneswar Cmo Of Odisha Bhubaneswar News