Advertisment

ବର୍ଷିଲେ ହାଇକୋର୍ଟ, କହିଲେ - ବିଭାଗୀୟ କର୍ତ୍ତୃପକ୍ଷଙ୍କ ଇଚ୍ଛାରେ ଧାର୍ଯ୍ୟ ହେବନି କାର୍ଯ୍ୟ ଅବଧି

ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ହାଇକୋର୍ଟ।

author-image
Niharika Rout
Odisha Highcourt & cuttack dranage

Odisha Highcourt & cuttack dranage

ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ। ଏଥିପାଇଁ ସହରବାସୀ ଭୋଗୁଥିବା ସମସ୍ୟା ଓ ଏହାକୁ ନେଇ ବିଭିନ୍ନ ସଂସ୍ଥାର ଆଭିମୁଖ୍ୟ ଉପରେ ବିଚାର କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

Advertisment

ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ହାଇକୋର୍ଟ। ଏଥିପାଇଁ ସିଟି ଇଂଜିନିୟର, ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ ଓ ଗେଲ୍ ପ୍ରବନ୍ଧକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ମରଣଯନ୍ତା ଭଳି ଡ୍ରେନେଜ୍ କାମ ଯୋଗୁଁ ମନଇଚ୍ଛା ଖୋଳାପୋତା ଚାଲିଛି। ଏଥିଯୋଗୁ ବହୁ ଜୀବନ ବି ଯାଇ ସାରିଲାଣି। ସହରବାସୀଙ୍କ ଯନ୍ତ୍ରଣାକୁ ଦେଖି ୨୦୨୦ରେ ହାଇକୋର୍ଟ ନିଜଆଡୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।

Advertisment

ସୂଚନା ଅନୁସାରେ ସିଏମଏସି ଏରିଆରେ ଜାଇକା ପକ୍ଷରୁ ଅକ୍ଟୋବର ୨୦ ସୁଦ୍ଧା କାମ ସାରିବାକୁ ୱାଟକୋ କହିଥିବାବେଳେ ତାହା ସରିବା ସ୍ଥିତିରେ ନାହିଁ। ସେହିପରି ରାସ୍ତା ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ, ଗେଲ୍ ଦ୍ୱାରା ଗ୍ୟାସ୍ ପାଇପ୍ ଲାଇନ୍ ବିଛା ଓ ଜଳଯୋଗାଣ ସବୁ ଅଧାପନ୍ତରିଆ ସ୍ଥିତିରେ ରହିଥିବା ସହରବାସୀ ଅଭିଯୋଗ କରି ଆସୁଛନ୍ତି।

Cuttack Odisha Highcourt