Advertisment

ହିନ୍ଦି ଫିଲ୍ମ ‘12th Fail’ ଟିକସମୁକ୍ତ କଲେ ରାଜ୍ୟ ସରକାର

ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ରାଜ୍ୟରେ ଟିକସମୁକ୍ତ ହେବ। ଶିଳ୍ପ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି।

author-image
Ordigital Desk
12th Fail

12th Fail

ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ରାଜ୍ୟରେ ଟିକସମୁକ୍ତ ହେବ। ଶିଳ୍ପ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସମ୍ପ୍ରତି ମୁକ୍ତିଲାଭ କରିଥିବା ହିନ୍ଦି ଫିଲ୍ମ ‘12th Fail’ ଚମ୍ବଲ ଉପତ୍ୟକାର ଜଣେ ଦ୍ୱାଦଶ ପରୀକ୍ଷାରେ ଅକୃତକାର୍ଯ୍ୟ ଯୁବକର ଜୀବନ ସଂଘର୍ଷ ଉପରେ ପର୍ଯ୍ୟବେସିତ ବାସ୍ତବ ଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର।

Advertisment

ଜୀବନର ପ୍ରତିଟି କ୍ଷେତ୍ରରେ ସମସ୍ତ ପ୍ରକାରର ଅସୁବିଧା ଥାଇ ମଧ୍ୟ ଯୁବକ ଜଣକ ‘ପୃଥିବୀର ସବୁଠୁ କଷ୍ଟକର’(କ୍ୟାବିନେଟ୍ ପ୍ରେସ୍ ରିଲିଜରେ ଉଲ୍ଲେଖିତ) ଜାତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଜଣେ ସଚ୍ଚୋଟ ପୁଲିସ ଅଫିସର ହୋଇ ଦେଶର ଆଇନଶୃଙ୍ଖଳା କ୍ଷେତ୍ରରେ ପରିବର୍ତ୍ତନରେ ସହାୟକ ହୋଇପାରିଛି। ଏହି ସଫଳତା କ୍ଷେତ୍ରରେ ପିତାମାତା ଓ ସାଙ୍ଗସାଥୀମାନଙ୍କର ଯତ୍ନ ଓ ପ୍ରେରଣା ନିଶ୍ଚୟ ସହାୟକ ଓ ମାନସିକ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ ବୋଲି ଫିଳ୍ମରେ ପ୍ରଦର୍ଶିତ ହୋଇଛି। ଏହା ସମସ୍ତ ଯୁବ ସମାଜ ପାଇଁ ଏକ ପ୍ରେରଣା ଓ ପଥ ପ୍ରଦର୍ଶକ ଭାବେ ସହାୟକ ହେବ। ଉକ୍ତ ଫିଲ୍ମର ପ୍ରଦର୍ଶନକୁ ରାଜ୍ୟ କ୍ୟାବିନେଟ୍ ଟିକସମୁକ୍ତ ଘୋଷଣା କରିଛନ୍ତି। ତେବେ ଜାତୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷା ବିଶ୍ୱର ସବୁଠୁ କଷ୍ଟକର ବୋଲି ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଓଡ଼ିଶା ସବଅର୍ଡିନେଟ୍ ଫାଇନାନ୍ସ ସର୍ଭିସ (କର୍ମସିଆଲ ଟ୍ୟାକ୍ସ) ନିଯୁକ୍ତି ଓ ସେବା ସର୍ତ୍ତ ନିୟମାବଳୀ-୧୯୮୮ର ସଂଶୋଧନକୁ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି।

Advertisment

ସହାୟକ ବାଣିଜ୍ୟକର ଓ ଜିଏସଟି ଅଧିକାରୀଙ୍କ ଦ୍ୱାରା ପାରିତ ହେବାକୁ ଥିବା ବିଭାଗୀୟ ପରୀକ୍ଷା ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମରେ ସଂଶୋଧନ କରାଯାଇ ଜିଏସଟି ବ୍ୟବସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ଥିବା ଅଫିସରଙ୍କ ଜ୍ଞାନ ବୃଦ୍ଧି କରିବା ନିମନ୍ତେ ‘ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ-୨୦୧୭’ ଓ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏହାବ୍ୟତୀତ ସେମାନଙ୍କ ଲାଗି ନିର୍ଦ୍ଧାରିତ ପାଠ୍ୟକ୍ରମରେ ଥିବା ‘ଦି ଓରିଶା ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ ଆକ୍ଟ,୨୦୦୪’ ଓ ଏହା ଅଧୀନରେ ପ୍ରସ୍ତୁତ ନିୟମାବଳୀ’ରେ ଥିବା ଓରିଶା ଶବ୍ଦ ବଦଳରେ ଓଡ଼ିଶା ଶବ୍ଦ ପ୍ରତିସ୍ଥାପିତ କରାଯିବ। ସେହିପରି ନିୟମାବଳୀରେ ଥିବା ବାଣିଜ୍ୟକର ଓ ଜିଏସଟି କମିଶନର ଓଡ଼ିଶା ନାମରେ ସଂଶୋଧନ କରି ଯଦି ସେ ପ୍ରମୁଖ ସଚିବ ପାହ୍ୟାରେ ଥିବେ ତେବେ ମୁଖ୍ୟ ବାଣିଜ୍ୟକର ଓ ଜିଏସଟି କମିଶନର, ଓଡ଼ିଶା କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।

12th Fail 12th Fail Trailer