Hindi teacher
ବିଦ୍ୟାଳୟରେ ଅନେକ ସମୟ ଅନୁପସ୍ଥିତ ରହିବା ତଥା କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁଷମା କୁମାରୀ ସାହୁଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ସମୟରେ ତାଙ୍କୁ ଆସିକା ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ଏହା ସହିତ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିନା ଅନୁମତିରେ ସେ ଛୁଟିରେ ରହିପାରିବେ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
ହିନ୍ଦୀ ଶିକ୍ଷୟିତ୍ରୀ ସୁଷମା କୁମାରୀ ସାହୁ ନିୟମିତ ବିଦ୍ୟାଳୟ ନ ଆସିବା ଓ ସଠିକ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରୁନଥିବା ନେଇ ପଦ୍ମନାଭପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲା ଶିକ୍ଷା ଆଧିକାରୀଙ୍କୁ ଜଣାଇ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରି ସୁଷମା କୁମାରୀ ସାହୁଙ୍କୁ ନିଲମ୍ବନ କରିଛନ୍ତି।
ଏନେଇ ହିନ୍ଦୀ ଶିକ୍ଷୟିତ୍ରୀ ସୁଷମା କୁମାରୀ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପକ୍ଷରେ ଗତ କିଛିଦିନ ତଳେ ତାଙ୍କର ଏକ ଭିଡିଓ ଭାଇରଲ ହୋଇଥିଲା। ଏଥିରେ ସେ ସ୍କୁଲର କିରାଣିଙ୍କୁ ପାଟିକରିବା ସହିତ ଉପସ୍ଥାପନ ଖାତାକୁ ଚିରି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1723038255.jpg)