Advertisment

ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା, ହିନ୍ଦୀ ଶିକ୍ଷକ ନିଲମ୍ବିତ

ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ।

Teacher in Poltical Programme

Teacher in Poltical Programme

Advertisment

ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ମହଙ୍ଗା ପଡ଼ିଲା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ଅଞ୍ଚଳରେ। ବେଗୁନିଆପଡ଼ା ବି. ନୂଆଗାଁ ବଲ୍ଲଭ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭାଗବତ ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ।

Advertisment

ଗତ ନଭେମ୍ବର ୩୦ରେ ବେଗୁନିଆପଡ଼ା ବୁରୁଝରୀ ପଂଚାୟତରେ କିଛି ହିତାଧିକାରୀଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସ୍ଥାନୀୟ ସରପଞ୍ଚଙ୍କ ସାଥିରେ ଶିକ୍ଷକ ଭାଗବତ ମହାନ୍ତି ଉପସ୍ଥିତ ରହି ଫଟୋ ଉଠାଇଥିଲେ। ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି।

ଶିକ୍ଷକ ଭାଗବତ ମହାନ୍ତିଙ୍କ ପତ୍ନୀ ବୁରୁଝରୀ ପଞ୍ଚାୟତର ସମିତିସଭ୍ୟା ଥିବା ଜଣାପଡିଛି। ସମିତିସଭ୍ୟଙ୍କ ସ୍ୱାମୀ ଭାବେ ନିଜର ରାଜନୈତିକ ପତିଆରା ଜାହିର କରିବା ପାଇଁ ଭାଗବତ ଏଭଳି କରିଥିବା କୁହାଯାଉଛି। ତେବେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe