Advertisment

ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ବିରୋଧ କଲା ହୀରାଖଣ୍ଡ ସାମୁଖ୍ୟ

କୋଶଳ ରାଜ୍ୟ ଦାବିରେ ଆସନ୍ତାକାଲି ଅର୍ଥାତ ଶନିବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିଛି ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ।

Sambalpur

Sambalpur

Advertisment

ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। କୋଶଳ ରାଜ୍ୟ ଦାବିରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ବିରୋଧ କରିଛି ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ। ‘କୋଶାଳ’ ନାଁ ଉପରେ ଆପତ୍ତି ଉଠାଇବା ସହିତ ବନ୍ଦରେ ସାମିଲ୍‌ ନହୋଇ ଆସନ୍ତାକାଲି ଦୋକାନ ବଜାର ଖୋଲିବା ପାଇଁ ଅପିଲ୍‌ କରିଛି ସଙ୍ଗଠନ।

Advertisment

କୋଶଳ ରାଜ୍ୟ ଦାବିରେ ଆସନ୍ତାକାଲି ଅର୍ଥାତ ଶନିବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିଛି ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ। କୋଶଳ ନାମ ଉପରେ ଆପତ୍ତି ଉଠାଇ ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦରେ ସାମିଲ ନହୋଇ ଦୋକାନ ବଜାର ଖୋଲିବା ପାଇଁ ସମ୍ବଲପୁରବାସୀଙ୍କୁ ଅପିଲ୍‌ କରିଛି ହୀରାଖଣ୍ଡ ସାମୁଖ୍ୟ। ଆଜି ଏହି ପରିପ୍ରେକ୍ଷୀରେ ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ସହର ପରିକ୍ରମା କରି ସମ୍ୱଲପୁର ସ୍ଥିତି ଉତ୍ତରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସଂପ୍ରତ୍ତି ଓଡ଼ିଆ ସିନେମାକୁ ନେଇ ସୃଷ୍ଟ ବିବାଦର ଅନ୍ତରାଳେ ସାମାଜିକ ଗଣମାଧ୍ୟମରେ ମାଆ ସମଲେଇ ଓ ସମ୍ବଲପୁରୀ ଭାଷାକୁ ନେଇ ଆପତ୍ତି ଜନକ ପୋଷ୍ଟ କରାଯାଉଛି। ଏପରି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ କରିବାକୁ ସଙ୍ଗଠନ ଦାବି କରୁଛି। ସେହିପରି ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ଓ ସ୍ଵତନ୍ତ୍ର ହୀରାଖଣ୍ଡ ରାଜ୍ୟ ଗଠନ ପାଇଁ ଦାବି କରିଛି ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ।

Advertisment

ହୀରାଖଣ୍ଡ ସାମୁଖ୍ୟ ପ୍ରବକ୍ତା ଦୀପକ ପଣ୍ଡା କହିଛନ୍ତି, ମାଆ ସମଲେଶ୍ୱରୀଙ୍କ ଉଦ୍ଦେଶ୍ୟରେ ଯେଉଁଭଳି ସୋଶାଲ ମିଡ଼ିଆରେ ପୋଷ୍ଟ କରାଯାଇଛି, ଏହା ବହୁତ ଖରାପ କାର୍ଯ୍ୟ। ଶୀଘ୍ର ସେମାନଙ୍କବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦରକାର ପଡ଼ିଲେ ସେମାନଙ୍କୁ ଗିରଫ କରାଯାଉ। ସମ୍ୱଲପୁରୀ ଭାଷା ହେଉଛି ଆମର ମାତୃ ଭାଷା। ସେହି ଭାଷାକୁ ଯେଉଁଭଳି ଅପମାନିତ କରାଯାଉଛି, ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

ସମାଜସେବୀ ଅର୍ଣ୍ଣପୂର୍ଣ୍ଣା ବାରିକ କହିଛନ୍ତି, ମାଆ ସମଲେଶ୍ୱରୀଙ୍କୁ ଯେଉଁମାନେ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe