Advertisment

ହୀରାକୁଦ ଡ୍ୟାମ୍‌ର ୧୪ଟି ଗେଟ୍ ଖୋଲିଲା, ଆଉ ୬ଟି ଖୋଲିବ

ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Hirakud Dam

Hirakud Dam

ଆଜି ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲା ଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଅପରାହ୍ନ ଦୁଇଟା ପରେ ଆଉ ୬ଟି ଗେଟ୍ ଖୋଲାଯିବ। ଆଜି ମୋଟ ୨୦ଟି ଗେଟ୍ ଖୋଲାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଛି।

Advertisment

ସକାଳ ୯ଟା ବେଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ବାମ ପାର୍ଶ୍ୱର ଆଉ ୪ଟି ଗେଟ୍ ସହିତ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଖୋଲା ଯାଇଥିଲା। ପରେ ଦିନ ସାଢ଼େ ୧୨ଟା ବେଳକୁ ଆଉ ୭ଟି ଗେଟ୍ ଖୋଲାଯାଇଥିଲା।

ହୀରାକୁଦ ଡ୍ୟାମର ଏତେ ସଂଖ୍ୟକ ଗେଟ୍ ଖୋଲାଯାଇଥିଲେ ହେଁ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି, ୩୦ ତାରିଖ ସୁଦ୍ଧା ଖଇରମାଳ ଓ ମୁଣ୍ଡଳିରେ ସାଢ଼େ ୪ ଲକ୍ଷ କ୍ୟୁସେକ୍‌ ପ୍ରବେଶ କରିବ। ୯ ଜିଲ୍ଲାକୁ ଏସ୍‌ଆରସିଙ୍କ ତରଫରୁ ସତର୍କ ରହିବାକୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି- ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ। ଏ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀର ତଳିଆ ଅଞ୍ଚଳ ଲୋକଙ୍କୁ ନଦୀକୁ ଯିବାକୁ ବାରଣ କରାଯାଇଛି।

Advertisment
Hirakud Dam