/odisha-reporter/media/post_attachments/uploadimage/library/16_9/16_9_0/IMAGE_1722159125.jpg)
Hirakud Dam
ଆଜି ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲା ଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏବେ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।
ତିନିଟି ପର୍ଯ୍ୟାୟରେ ଆଜି ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲାଯାଇଛି। ଆଜି ସକାଳ ୯ଟା ବେଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଦିନ ସାଢ଼େ ୧୨ଟା ବେଳକୁ ଆଉ ୭ଟି ଗେଟ୍ ଖୋଲାଯାଇଥିଲା। ଏହା ପରେ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲା ଯାଇଥିଲା।
ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ ହୋଇଥିବାରୁ ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି। ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ମହାନଦୀକୁ ନଯିବାକୁ ଲୋକଙ୍କୁ କୁହାଯାଇଛି। ତା’ସହିତ ଗୋରୁଗାଈ ଆଦି ଗୃହପାଳିତ ଜୀବଙ୍କୁ ନଦୀ ପାଖକୁ ନଛାଡ଼ିବାକୁ ଲୋକଙ୍କୁ କୁହାଯାଇଛି। ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ମହାନଦୀ ଅବବାହିକାରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ୩୦ ତାରିଖରେ ଦିନ ୧୧ଟାରେ ବେଳକୁ କଟକ ମୁଣ୍ଡଳୀରେ ପ୍ରାୟ ୫
ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
