Advertisment

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍, ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା।

ଅଦ୍ୟତନ ହୋଇଛି
Hirakud Dam

Hirakud Dam

Advertisment

ପୂର୍ବ ଘୋଷଣା ଅନୁଯାୟୀ ରବିବାର ଖୋଲାଯାଇଛି ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌। ଏହା ସହିତ ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।

Advertisment

ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ପ୍ରଥମେ ଡ୍ୟାମ୍‌ର ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ଖୋଲାଯାଇଥିଲା। ତା’ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। 

ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଏହାର ଜଳପତ୍ତନ ୬୧୪.୮୭ ଫୁଟ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୦୫ ଫୁଟ୍ ରଖିବାକୁ ନିଷ୍ପତ୍ତି ହୋଇଛି।

Advertisment

ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତିନି ଦିନ ତଳେ ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏନେଇ ଆବଶ୍ୟକ ପ୍ରସ୍ତୁତ କରାଯାଇଥିଲା। ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଅବଗତ କରାଯାଇଥିଲା। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକୁ ପ୍ରବେଶ ନ କରିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ କରାଇଥିଲେ।

Hirakud Dam Mahanadi Flood Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe