Advertisment

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଫଟୋ ଭାଇରାଲ

ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌କୁ ପର୍ଯ୍ୟାୟକ୍ରମେ ଖୋଲା ଯାଇଥିଲା । ଜିଲ୍ଲାପାଳ ପୂଜାର୍ଚ୍ଚନା କରିବା ପରେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ମହାନଦୀର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିରେ ଘୁରି ବୁଲୁଛି।

author-image
Niharika Rout
Hirakud Dam

Hirakud Dam

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍। ଖୁଲମଖୁଲା ହେଲା କଡ଼ାକଡ଼ି ନିୟମର ଉଲ୍ଳଂଘନ । ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌କୁ ପର୍ଯ୍ୟାୟକ୍ରମେ ଖୋଲା ଯାଇଥିଲା । ଜିଲ୍ଲାପାଳ ପୂଜାର୍ଚ୍ଚନା କରିବା ପରେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ମହାନଦୀର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିରେ ଘୁରି ବୁଲୁଛି।

‘ଅପରେସନ ଗ୍ୟାଲେରୀ’ ଏକ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ, ତାହା ଉପରେ କିଏ ଡ୍ରୋନ୍‌ ଉଡ଼ାଇଲା, କିଏ ଭିଡିଓ କରି ଭାଇରାଲ କଲା ସେ ସମ୍ପର୍କରେ କିଛି ସୂଚନା ମିଳିନି।

Advertisment
Hirakud Damଡ୍ରୋନ୍‌ରେ ଉଠିଥିବା ହୀରାକୁଦ ଡ୍ୟାମ୍‌ର ଦୃଶ୍ୟ ।

ସେହିପରି ଅନ୍ୟ ଏକ ଭିଡିଓ ରେ ଜଣେ ବ୍ଲଗର ଡ୍ରୋନ କ୍ୟାମେରାରେ ହୀରାକୁଦ ଡ୍ୟାମର ଭିଜୁଆଲ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ତାହା ମଧ୍ୟ ଭାଇରାଲ ହୋଇଛି। 

ହୀରାକୁଦ ଡ୍ୟାମ ପରିସର ଏକ ନିଷିଦ୍ଧାଞ୍ଚଳ ହୋଇ ଥିବା ବେଳେ ସେଠାରେ କିଏ କେମିତି ଡ୍ରାନ୍‌ ଉଡାଇଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ।ଏ ନେଇ ହାରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଏଭଳି ଭିଡିଓ ହେବା କଥା ନୁହେଁ। ସେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି। ତେବେ, ସେ ଜିଲ୍ଲା ବାହାରେ ଥିବାରୁ ଆସନ୍ତା କାଲି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ।

ସୁରକ୍ଷା ଆଳରେ ବିଗତ କିଛି ବର୍ଷ ହେଲା, ହୀରାକୁଦ ଡ୍ୟାମ ପରିସରକୁ ଗଣ ମାଧ୍ୟମର ପ୍ରବେଶକୁ ବାରଣ କରା ଯାଇଥିବା ବେଳେ, ଅନଧିକୃତ ଲୋକମାନେ କିପରି ପ୍ରବେଶ କରି ଭିଡିଓ କରି ଭାଇରାଲ କରୁଛନ୍ତି ତାହାକୁ ନେଇ  ପ୍ରଶ୍ନ ଉଠାଇଛନ୍ତି ସମ୍ବଲପୁର ବାସିନ୍ଦା ।

ସେହିପରି ହୀରାକୁଦ ଡ୍ୟାମ୍‌କୁ ସଶସ୍ତ୍ର ସୁରକ୍ଷା ବାହିନୀ ୨୪ ଘଣ୍ଟିଆ ଜଗି ରହିଥିବା ବେଳେ ଡ୍ରୋନ ଉଡିବା ଘଟଣା ସମ୍ପର୍କରେ କିପରି ଜାଣି ପାରିଲେନି ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଛି। ଏହା ଡ୍ୟାମର ସୁରକ୍ଷାକୁ ବିପଦ ମୁହଁକୁ ଠେଲି ଦେଉଛି।

Sambalpur Hirakud Dam Drone