Advertisment

୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୧. ୫୨ ଫୁଟରେ ପହଞ୍ଚିଲାଣି।

Hirakud Dam

Hirakud Dam

Advertisment

ଆସନ୍ତା ୨୩ ତାରିଖ (ରବିବାର) ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

Advertisment

ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିବାରୁ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ୨୩ ତାରିଖରେ କେତୋଟି ଗେଟ୍ ଖୋଲା ଯିବ ସେ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ କିଛି ସୂଚନା ଦେଇ ନାହାନ୍ତି।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୧. ୫୨ ଫୁଟରେ ପହଞ୍ଚିଲାଣି। ଏବେ ଡ୍ୟାମ୍‌କୁ ସେକେଣ୍ଡକୁ ୧ ଲକ୍ଷ ୪୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି। ତେଣୁ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବଢ଼ିବାରେ ଲାଗିଛି।

Advertisment

ଗେଟ୍ ଖୋଲାଗଲେ ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଏଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଡ୍ୟାମ୍‌ର ତଳମୁଣ୍ଡରେ ବସବାସ କରୁଥିବା ଲୋକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।

Hirakud Dam Mahanadi Flood Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe