ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ଡ୍ୟାମ୍ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି, ଆଉ ଏବେ ପାଣିର ସ୍ତର ବି ୬୩୦ ଫୁଟ୍ ରହିଛି । ଅର୍ଥାତ ଏବେ ପୂରାପୂରି ଭର୍ତ୍ତି ହୋଇଛି ଡ୍ୟାମ୍।
ଏବେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡକୁ ୫୬ ହଜାର ୩୯୨ ଘନଫୁଟ୍ ଜଳ ପ୍ରବେଶ କରୁଛି ଓ ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି।
Also Read
ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି। ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି।
ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି, ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ପରିମାଣ କମିଛି। ତେଣୁ ସବୁ ଗେଟ୍ ବନ୍ଦ କରାଯାଇଛି। ଉପରମୁଣ୍ଡରେ ବର୍ଷା ହେଲେ ପୁଣି ଗେଟ୍ ଖୋଲା ଯାଇପାରେ। ତେବେ ଅଧିକ ବର୍ଷା ହେବନି ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।