ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ

ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାକୁ ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି ।

Herakud

Representative Image

Ordigital Desk
  • Published: Wednesday, 01 January 2025
  • Updated: 01 January 2025, 10:25 PM IST

Sports

Latest News

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ହୀରାକୁଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ବୌଦ୍ଧ ସର୍କିଟ, ସାତକୋଶିଆ ଓ ଚିଲିକାକୁ ମଧ୍ୟ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି ରାଜ୍ୟରେ ଆଉ ୫ଟି ଫୁଡ୍ ପାର୍କ ସ୍ଥାପନକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାକୁ ମୋହନ ମାଝୀ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ହୀରାକୁଦ, ବୌଦ୍ଧ ସର୍କିଟ, ଚିଲିକା ଓ ସାତକୋଶିଆକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ଏନେଇ ଆବଶ୍ୟକ ପ୍ରକ୍ରିୟା ଚଳିତମାସ ୧୫ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପ୍ରକଳ୍ପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ନିମନ୍ତେ ଖୁବଶୀଘ୍ର ଜାତୀୟ କର୍ମଶାଳା ପର୍ଯ୍ୟଟନ ବିଭାଗ ଆୟୋଜନ କରିବ ବୋଲି ନିଷ୍ପତ୍ତି ହୋଇଛି । ଏହାପରେ ପର୍ଯ୍ୟାୟକ୍ରମେ ଯାଜପୁର ଜିଲ୍ଲାରେ ଥିବା ବୋଦ୍ଧ ସର୍କିଟ, ଚିଲିକା ଓ ସାତକୋଶିଆକୁ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

Also Read

ସେହିପରି ଏମଏସଏମଇ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଆଉ ୫ଟି ନୂଆ ଫୁଡପାର୍କ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର କୋନିସି ତହସିଲ ଅନ୍ତର୍ଗତ ପାନସୁପଡ଼ା ଗାଁରେ ୫୦.୦୫ଏକର ପରିମିତ ଅଂଚଳ, ବରଗଡ଼ ଜିଲ୍ଲାର ଭଟଲି ତହସିଲର ଗୋପାଳପୁରରେ ୫୮.୮୫ଏକର, ବଲାଙ୍ଗୀର ଜିଲ୍ଲାର ସାଦପାଲିର ୫୦ଏକର ଜମି, ନବରଙ୍ଗପୁର ଜିଲ୍ଲାର ବାମନୀ ଠାରେ ୫୦ଏକର ଜମି ଓ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ୫୦ଏକର ଜମିରେ ଏହି ନୂଆ ଫୁଡ ପାର୍କ ସ୍ଥାପନ କରାଯାଉଛି । ଇତିମଧ୍ୟରେ ରାୟଗଡ଼ାରେ ଗୋଟିଏ ମେଗା ଫୁଡ୍ ପାର୍କ ଉଦଘାଟନ ହୋଇସାରିଛି । ତା’ଛଡ଼ା ଖୋର୍ଦ୍ଧାର ଡେରାସଠାରେ ମଧ୍ୟ ସାମୁଦ୍ରିକ ଫୁଡ୍ ପାର୍କ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୪ର ପ୍ରାବଧାନ ଆଧାରରେ ରାଜ୍ୟରେ ନିଯୁକ୍ତି ସୃଷ୍ଟି, ଚାଷୀଙ୍କୁ ଉଚିତ୍ ମୂଲ୍ୟ ସୁନିଶ୍ଚିତ କରିବା ଦିଗରେ ଏହା ସହାୟକ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story