Advertisment

କମୁଛି ଜଳସ୍ତର, ବନ୍ୟା ଆଶଙ୍କା ନଥିବା କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ହୀରାକୁଦରେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ୍ ରହିଥିଲା।

author-image
Hemant Lenka
Hirakud

Hirakud

କମୁଛି ହୀରାକୁଦର ଜଳସ୍ତର। ହୀରାକୁଦ ଯୋଗୁ ବନ୍ୟାର କୌଣସି ଆଶଙ୍କା ନାହିଁ। ଆସନ୍ତାକାଲି ସୁଦ୍ଧା ସ୍ଥିତି ଆହୁରି ସ୍ୱାଭାବିକ ହୋଇଯିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Advertisment

ଆଜି ଶ୍ରୀ ମହାନ୍ତି ହୀରାକୁଦର ଜଳସ୍ତର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହୀରାକୁଦରେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ୍ ରହିଥିଲା। ଡ୍ୟାମକୁ ଏବେ ଇନଫ୍ଲୋ କମୁଛି। ଏହା ପାଖାପାଖି ସାଢ଼େ ୩ ଲକ୍ଷ କ୍ୟୁସେକ ରହିଛି। ଏବେ ୨୦ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ଆଗକୁ ଆଉ ଗେଟ ଖୋଲା ଯିବାର କୌଣସି ଯୋଜନା ନାହିଁ। ଜଳଭଣ୍ଡାରର ଜଳସ୍ତର ମଧ୍ୟ ଖସିବା ଆରମ୍ଭ କଲାଣି। ଆସନ୍ତକାଲି ସୁଦ୍ଧା ଜଳସ୍ତର ଆହୁରି କମିଯିବ। ଉପର ଓ ତଳ ମୁଣ୍ଡରେ ବର୍ଷା ନଥିବାରୁ ଆଗକୁ ଜଳସ୍ତର ହ୍ରାସ ପାଇବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବା ପରେ ତେରମାଣପୁରରେ ଘାଇ ହୋଇଥିଲା। ଏଥିଯୋଗୁ ଅନେକ ଗାଁ ଭିତରେ ପାଣି ପଶିଥିଲା। ଏ ସମ୍ପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ ତେରମାଣପୁରରେ ହୋଇଥିବା ଘାଇ ସମ୍ପର୍କରେ ଆମେ ସୂଚନା ପାଇଛୁ। ପାଣି ସେଠାରେ ମଧ୍ୟ ଖସିବାରେ ଲାଗିଛି। ମରାମତି କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତକାଲି ସୁଦ୍ଧା ମରାମତି ଶେଷ ହୋଇଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment
Heavy Rain Flood In Odisha Hirakud Dam