Advertisment

ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ,ତଳିଆଅଞ୍ଚଳ ଲୋକଙ୍କୁ କରାଗଲା ସତର୍କ

ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇ ସତର୍କ କରାଯାଉଛି।

author-image
Tapaswini Nayak
sambalpur

sambalpur

ରବିବାର ସକାଳ ୯ଟା ସମୟରେ ହୀରାକୁଦରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ଏତଦ୍ୱାରା ମହାନଦୀ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହି ସମୟରେ ତଳମୁଣ୍ଡରେ ବସବାସ କରୁଥିବା ଲୋକେମାନେ ନଦୀ ମଧ୍ୟକୁ ଯାଆନ୍ତୁ ନାହିଁ। କୌଣସି ଦୁର୍ଘଟଣା ହୀରାକୁଦ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ମାଇକ ଦ୍ୱାରା ଏପରି ପ୍ରଚାର କରାଯାଇ ଲୋକମାନଙ୍କୁ ସତର୍କ କରାଯାଉଛି। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

Advertisment

ଅନ୍ୟପକ୍ଷରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ୟବେଳେ ଏବେ ଜଳପତ୍ତନ ୬୧୩ ଫୁଟ୍‌ରେ ପହଞ୍ଚିଲାଣି। ଜଳ ଭଣ୍ଡାରକୁ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଗେଟ୍ ଖୋଲାଗଲେ ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବା ସହିତ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। ଏଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଡ୍ୟାମ୍‌ର ତଳମୁଣ୍ଡରେ ବସବାସ କରୁଥିବା ଲୋକେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।

Advertisment
Hirakud Dam Mahanadi