Advertisment

ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର

ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।

Cuttack Bali yatra

Cuttack Bali yatra

Advertisment

କାଲି ଯାଏଁ ଥିଲା କୋଳାହଳ, ଆଜି ଖାଁ ଖାଁ। ଶାନ୍ତ ପଡ଼ିଛି ମହାନଦୀ ପଠା। ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଶାନ୍ତ ପଡ଼ିଛି। ବାଲିଯାତ୍ରା ପଡ଼ିଆରେ ଡେରା ପକାଇଥିବା ବ୍ୟବସାୟୀ ଏବେ ଘର ବାହୁଡ଼ା ହୋଇଛନ୍ତି। ଏଥର ବାଲିଯାତ୍ରାରେ ରେକର୍ଡ ୨୫୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଚଳିତ ବର୍ଷ ବାଲିଯାତ୍ରାରେ ପୁରୁଣା ଫିଲ୍ମକୁ ଶୋ’ କେସ୍ କରାଯାଇଥିଲା। ମହାନଦୀ ପଠାରେ ବୋଟିଂ ଠାରୁ ଆରମ୍ଭ କରି ଡ୍ରୋନ ଶୋ’, ଲେଜର ଶୋ’ ଆଦି ଦର୍ଶକଙ୍କ ମନ ମୋହିଥିଲା।

Advertisment

ଗତକାଲି ଶେଷ ଦିନରେ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ବାଲିଯାତ୍ରା ସରୁଥିବାରୁ ଲୋକେ ବି ଶେଷ ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନଥିଲେ। ବିଭିନ୍ନ ଷ୍ଟଲରେ ନାନା ଅଫର ମଧ୍ୟ ଲଗାଇଥିଲେ ବ୍ୟବସାୟୀ। ଲୋକେ ମଧ୍ୟ ବିଭିନ୍ନ ଜିନିଷ ଘରକୁ କିଣି ନେଇଥିଲେ। ଶେଷ ଦିନରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର କାରବାର କରିଥିବା ଜଣାପଡ଼ିଛି।

ଚଳିତବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିଛି। ପୁରୁଣା ଫିଲ୍ମକୁ ଶୋ’ କେସ୍ କରିବା, ମହାନଦୀ ପଠାରେ ବୋଟିଂ ବ୍ୟବସ୍ଥା, ଡ୍ରୋନ ଶୋ’ ସହ ୧୩ଟି ଦେଶର ହାଇକମିଶନର ଅତିଥିଭାବେ ଯୋଗ ଦେଇଥିଲେ। ଏହାସହ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଥିଲେ। ଗାୟିକା ଅସୀମା ପଣ୍ଡାଙ୍କୁ ନେଇ ସାମାନ୍ୟ ବିବାଦ ଉପୁଜିଥିଲା। ଅଧା ଗୀତରୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା ପୁଲିସ। ଚଳିତ ବାଲିଯାତ୍ରାରେ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଐତିହାସିକ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ। ଏବେ ପୁଣି ଆରବର୍ଷକୁ ଅପେକ୍ଷା।

Advertisment
Bali Yatra Cuttack Bali Yatra Concludes Historic Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe