Advertisment

ଆତ୍ମହତ୍ୟା ପଛରେ ବାନ୍ଧବୀ !

ରହସ୍ୟଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ। ଶନିବାର ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍‌ରୁ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

author-image
Manoj Swain

ରହସ୍ୟଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ। ଶନିବାର ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍‌ରୁ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସଚିନ ଡାକ୍ତରୀ ପଢ଼ା ଶେଷ କରିବା ପରେ ହାଉସ ସର୍ଜନ ଭାବରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ ନିଜ କାର୍ଯ୍ୟ ଶେଷ କରି ସେ ହଷ୍ଟେଲକୁ ଫେରି ତାଙ୍କ ରୁମ୍‌ରେ ବିଶ୍ରାମ ନେଉଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କିଛି ଡାକ୍ତରୀ ଛାତ୍ର କବାଟ ଭାଙ୍ଗି ଦେଇଥିଲେ। କବାଟ ଭାଙ୍ଗିବା ପରେ ସଚିନଙ୍କ ମୃତଦେହ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ସଚିନଙ୍କ ସହ ଜଣେ ଡାକ୍ତରୀ ଛାତ୍ରୀଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisment
Odisha Suicide Baripada