BDA
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ହାଉସିଂ ବୋର୍ଡ) ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ନେଇଥିବା ଜମିର ସ୍ୱତ୍ୱକୁ ଏଣିକି ସ୍ଥିତିବାନକୁ ପରିବର୍ତ୍ତନ ନିମନ୍ତେ ଦେୟ କମ୍ ପଡ଼ିବ । ସ୍ୱତ୍ୱ ପରିବର୍ତ୍ତନ ନିମନ୍ତେ ଲିଜ୍ ଜମିର ବଜାର ମୂଲ୍ୟର ୧୦% ବଦଳରେ ସେହି ଜମି ନିକଟରେ ଥିବା ସ୍ଥିତିବାନ ଜମିର ବେଂଚମାର୍କ ଭାଲ୍ୟୁର ୩% ଦେୟ ଦେବାକୁ ପଡ଼ିବ । ଓଡ଼ିଶା ଷ୍ଟାମ୍ପ ରୁଲସ-୧୯୫୨ରେ ଧାର୍ଯ୍ୟ ବେଂଚମାର୍କ ଭାଲ୍ୟୁର ମାତ୍ର ୩% ଦେଇ ଜଣେ ବ୍ୟକ୍ତି ନିଜର ଲିଜ୍ ଜମିକୁ ସ୍ଥିତିବାନ ଜମିରେ ପରିବର୍ତ୍ତନ କରିପାରିବେ । ପୂର୍ବ ତୁଳନାରେ ଲିଜଧାରୀଙ୍କୁ କମ୍ ଦେୟ ଦେବାକୁ ପଡ଼ିବ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଗତ କରାଯାଇଥିବା ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ହୋଇଥିବା ଜମିକୁ ସ୍ଥିତିବାନ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ଦେୟଠାରୁ କମ୍ ଦେୟ ଦେବା ପାଇଁ ପଡ଼ିବ ।
ସେହିପରି ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ୭୮୨ଜଣ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁମାନଙ୍କୁ ସର୍ବନିମ୍ନ ପେନସନ ମଞ୍ଜୁର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିବା ସହ ବକେୟା ସର୍ବନିମ୍ନ ପେନସନ ମଞ୍ଜୁରୀ ପାଇଁ ୯୦କୋଟି ଟଙ୍କା ଓ ପରବର୍ତ୍ତୀ ସର୍ବନିମ୍ନ ମଞ୍ଜୁରୀ ପାଇଁ ବାର୍ଷିକ ୧୧.୩୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ତେବେ ଏହି ଅବସରପ୍ରାପ୍ତ ୭୮୨ଜଣ ଭିଏଲଡବ୍ଲ୍ୟୁମାନଙ୍କ ସ୍ୱତନ୍ତ୍ର ଭାବେ ପେନସନ ମଞ୍ଜୁର କରାଯାଇଛି ଓ ଭବିଷ୍ୟତରେ ଅନ୍ୟ ଭିଏଲଡବ୍ଲ୍ୟୁମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BDA_1705937553.jpg)