Advertisment

ମେରାଇନ୍‌ ଥାନାରେ କେତେ ପଦବୀ ଖାଲି ପଡ଼ିଛି? ତଥ୍ୟ ମାଗିଲେ ହାଇକୋର୍ଟ

ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଗହୀରମଥା, ଋଷିକୂଲ୍ୟା, ଦେବୀ ନଦୀ ଆଦି ମୁହାଣରେ ମାଛଧରା ଯୋଗୁ ଅନେକ ସମୟରେ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ଯାଉଛି।

High Court

High Court

Advertisment

ରାଜ୍ୟରେ ସବୁ ମେରାଇନ୍‌ ଥାନାରେ କେତେ ପୁଲିସ୍‌ ପଦବୀ ଖାଲି ପଡ଼ିଛି? ତାହାର ତଥ୍ୟ ମାଗିଲେ ଓଡିଶା ହାଇକୋର୍ଟ। ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷାକୁ ନେଇ ନିଜ ଆଡୁ ଦାୟର କରିଥିବା ମାମଲାରେ ହାଇକୋର୍ଟ ଏହି ତଥ୍ୟ ଲୋଡିଛନ୍ତି। ଏହାଛଡା ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ କ୍ଷେତ୍ର କୁହାଯାଉଥିବା ଗହୀରମଥା, ଋଷିକୂଲ୍ୟା, ଦେବୀ ନଦୀ ଆଦି ମୁହାଣରେ ଚାଲୁଥିବା ମୋଟର ବୋଟ ଗୁଡିକରେ ଟ୍ରାନ୍ସପଣ୍ଡର ଲଗେଇବା ଉପରେ ମଧ୍ୟ ତଥ୍ୟ ଲୋଡିଲେ ହାଇକୋର୍ଟ। ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଗହୀରମଥା, ଋଷିକୂଲ୍ୟା, ଦେବୀ ନଦୀ ଆଦି ମୁହାଣରେ ମାଛଧରା ଯୋଗୁ ଅନେକ ସମୟରେ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ଯାଉଛି। ଯାହାକୁ ଗୁରୁତ୍ଵ ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ ହାଇକୋର୍ଟ।

ମେରାଇନ୍‌ ଥାନା ଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ପୁଲିସ ପଦବୀ ଖାଲି ପଡ଼ିଛି। ଯେଉଁଥିପାଁ ନିୟମିତି ପାଟ୍ରୋଲିଂ ହେଉନାହିଁ। ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ୍‌ ଭାବେ ନିଶିଦ୍ଧାଞ୍ଚଳରେ ଟ୍ରଲର ଚଲାଉଛନ୍ତି। ଯେଉଁଥିରେ ଅଲିଭ୍ ରିଡ୍‌ଲେଙ୍କ ମଜୀବନ ଯାଉଛି। ଏହାକୁ ନେଇ ପରିବେଶବିତ୍ତ ଉଦ୍‌ବେଗ ପ୍ରକାଶ କରିଥିଲେ।

Advertisment
Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe