Advertisment

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ, ଜଳିଗଲା ୩ଟି ବଗି

ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିଲେ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ନିଆଁରେ ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ପ୍ରବଳ ଧୂଆଁ ବାହାରିବା ଯୋଗୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ଅସୁବିଧା ସୃଷ୍ଟି ହେଉଛି।

Advertisment

ଟ୍ରେନର S-4, S-5 ଓ S-6 ବଗିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଟ୍ରେନଟି ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ  ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।  

ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି। କିପିରି ନିଆଁ ଅନ୍ୟ ବଗିକୁ ନ ବ୍ୟାପିବ ସେନେଇ ଅନ୍ୟ ବଗି ଗୁଡ଼ିକୁ ଇଞ୍ଜିନରୁ ଅଲଗା କରାଯାଉଛି। 

Advertisment

‘ଅତି ଅଗମ୍ୟ ଅଞ୍ଚଳରେ ଏହି ଟ୍ରେନରେ  ନିଆଁ ଲାଗିଥିବାରୁ ଯାତ୍ରୀମାନଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାରୁ ଅସୁବିଧା ସୃଷ୍ଟି ହୋଇଛି। ଜଙ୍ଗଲିଆ ରାସ୍ତାରେ ଏହି ଅଘଟଣ  ଘଟିଥିବାରୁ ଗାଡ଼ିମଟରର କୌଣସି ସୁବିଧା ନାହିଁ। ଏଥିପାଇଁ ଯାତ୍ରୀମାନେ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଛନ୍ତି। ସେଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି। 

ଜଣେ ଯାତ୍ରୀ କହିଛନ୍ତି, ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଗାଡ଼ିଟି ଅଟକି ଯିବା ସହ ସାଇରନ୍ ବାଜିଥିଲା। ଯାତ୍ରୀମାନେ ସାଇରନ ଶବ୍ଦ ଶୁଣି ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ହେଲେ ଆମର ଜିନିଷପତ୍ର ସବୁ ପୋଡ଼ି ଯାଇଛି। 

ଏକ୍ସପ୍ରେସରେ ନିଆଁ ଲାଗିବା  ନେଇ ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌ଓ ସିଏଚ୍‌ ରାକେଶ କହିଛନ୍ତି, ‘୩ଟି ବଗିରେ ନିଆଁ ଲାଗି ଯାଇଥିଲା।   ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି। ଘଟଣାସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍‌ ପହଞ୍ଚିଛନ୍ତି। ନିଆଁ କିଭଳି ଲାଗିଲା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ। 

Fire Breakout Train