Advertisment

ଏ କି ସମ୍ମାନ? ଖୋଲା ଆକାଶ ତଳେ ବସିଛନ୍ତି ମହାପ୍ରଭୁ

ପଡ଼ିଆରେ ବନ୍ଧା ହୋଇଥିବା ଟେଣ୍ଟ ଖୋଲା ସରିଲାଣି। ହେଲେ ପଡ଼ିଆ ମଝିରେ ଗୋଟିଏ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ ଉପରେ ମହାପ୍ରଭୁ ସେମିତି ବସିଛନ୍ତି। ପାଖରେ କେହି ନାହାନ୍ତି।

Jagannath

Jagannath

Advertisment

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତାଙ୍କର ଆଶୀର୍ବାଦଟିଏ ପାଇବା ପାଇଁ କାହିଁ କେତେ ବାଟରୁ ଧାଇଁ ଆସୁଛି ଭକ୍ତିଟିଏ। ମନ ପ୍ରାଣ ଦେଇ ନିଜକୁ ମହାପ୍ରଭୁଙ୍କ ପାଦ ତଳେ ସମର୍ପି ଦେଉଛି। ହେଲେ ଇଏ କଣ? ଜଗତର ନିଅନ୍ତା, ପ୍ରତିଟି ଓଡ଼ିଆର ଅତି ପ୍ରିୟର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବସିଛନ୍ତି ପଡ଼ିଆ ମଝିରେ ଓ ଖୋଲା ଆକାଶ ତଳେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩ ଦିନ ଧରି ପଡ଼ିଆ ମଝିରେ ବସିଛନ୍ତି। ଆଉ ପବନ ଦେଲେ ଝୁଲୁଛନ୍ତି। ଭଦ୍ରକ ନେହରୁ ଷ୍ଟାଡିୟମରେ ଏପରି ଭାବେ ମହାପ୍ରଭୁଙ୍କ ଅପମାନିତ କରାଯାଇଛି।

Advertisment

ଭଦ୍ରକ ଛାତି ଉପରେ ରହିଛି ନେହରୁ ଷ୍ଟାଡିୟମ। ସେଇଠି ଜାନୁଆରୀ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ‘ଭଦ୍ରାୟଣୀ’। ଓରମାସ ଓ କୃଷି ବିଭାଗ ସହଭାଗିତାରେ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା। ରାଜ୍ୟର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ସହ ବହୁ ଦୋକାନ ବଜାର ଖୋଲିଥିଲା। କୃଷି ବିଭାଗ ତରଫରୁ କୃଷକ ଓ ଚାଷୀଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ବିକ୍ରୟ ହେଇଥିଲା। ପ୍ରତ୍ୟକ ସନ୍ଧ୍ୟାରେ ବଲିଉଡ ଓ ଓଲିଉଡ୍‌ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ଉପଭୋଗ କରୁଥିଲେ।

ମହୋତ୍ସବର ମଞ୍ଚରେ ସ୍ଥାନ ପାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅତିଥିମାନେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ ପ୍ରଣାମ କରି କାର୍ଯ୍ୟକ୍ରମ ଆରମ୍ଭ କରୁଥିଲେ। ଇତି ମଧ୍ୟରେ ମହୋତ୍ସବ ସରିଲାଣି। ଆଜି ଫେବ୍ରୁଆରୀ ୧ ତାରିଖ। ଦୋକାନ ବଜାର ସବୁ ବନ୍ଦ ହୋଇଗଲାଣି। ପଡ଼ିଆରେ ବନ୍ଧା ହୋଇଥିବା ଟେଣ୍ଟ ଖୋଲା ସରିଲାଣି। ହେଲେ ପଡ଼ିଆ ମଝିରେ ଗୋଟିଏ ପ୍ଲାଷ୍ଟିକ୍‌ ଷ୍ଟୁଲ୍‌ ଉପରେ ମହାପ୍ରଭୁ ସେମିତି ବସିଛନ୍ତି। ପାଖରେ କେହି ନାହାନ୍ତି। ଗତ ୩ ଦିନ ହେଲା ମହାପ୍ରଭୁଙ୍କୁ ଏମିତି ଭାବେ ଛାଡ଼ି ଚାଲି ଯାଇଛନ୍ତି। ଏଥିପ୍ରତି କାହାର ନଜର ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ତେବେ ଏପରି ଅଭିଯୋଗକୁ ଭଦ୍ରକ ଡେପୁଟି କଲେକ୍ଟର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପଡ଼ିଆ ତଦାରଖ କରିବା ବେଳେ ସେମିତି କିଛି ଦେଖି ନାହାନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe