ପୁରୀ ବେଳାଭୂମିରେ ମଣିଷ କଙ୍କାଳ ଓ ଖପୁରୀ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି।
ଖବର ପାଇ ଘଟଣାସ୍ଥଳରେ ପୁରୀ ବଳିଆପଣ୍ଡା ପୁଲିସ ଖପୁରୀ ଓ ଶରୀର ଅଂଶକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଟେଷ୍ଟିଂ ପାଇଁ ପଠାଇଛି। ଅନ୍ୟପଟେ ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ମୃତଦେହ ଚିହ୍ନଟ ପାଇଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି।
Also Read
ସେହିଭଳି ଗତ ୧୪ ତାରିଖରେ ପୁରୀ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଗତକାଲି ମିଳିଥିବା ମଣିଷ କଙ୍କାଳର ପରିଚୟ ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚିହ୍ନଟ ହେବେ ଦାଦନ ଶ୍ରମିକ: ଗାଁରେ ମିଳିମିଶି କାମ ଯୋଗାଇବେ ସରକାରଙ୍କ ସବୁବିଭାଗ
ରାଜ୍ୟର ବିଜେପି ସରକାର ଦାଦନଜନିତ ବିସ୍ଥାପନ ସମସ୍ୟାର ସମଧାନ ପାଇଁ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ ଗତ ଅକ୍ଟୋବର ୨୮ତାରିଖରେ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
Miscellaneous
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’
ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
Miscellaneous
‘ମୋ ବସ୍ର ସ୍ପିଡ୍ ୪୦ରୁ ଅଧିକ ରହିବ ନାହିଁ’
ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ମୋ ବସ୍ ଗଡୁଥିବା ଅନ୍ୟ ସହରରେ ଦୁର୍ଘଟଣା ବଢୁଛି। ମୋ ବସ୍ କର୍ମଚାରୀଙ୍କ ବେପରୁଆ ମନୋଭାବ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
Miscellaneous
୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାମ; ପ୍ରତି ୧୦ ମିନିଟ୍ରେ ଗଡ଼ିବ ଟ୍ରେନ୍
୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ। ଭୂମିଠାରୁ ୧୩ ମିଟର ଉପରେ ଚାଲିବ ମେଟ୍ରୋ ଟ୍ରେନ୍। ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ।
Miscellaneous
ରୋଗୀଙ୍କୁ ଦେଖି ଚିହିଙ୍କି ଉଠିଲେ ଡାକ୍ତର; ପ୍ରେସକିପସନ୍କୁ ୩ ଖଣ୍ଡ କରିଦେଲେ
ରାତି ଅଧରେ ଜଣେ ଅସୁସ୍ଥ ବୃଦ୍ଧଙ୍କୁ ଧରି ଆସିଥିବା ପରିବାର ଲୋକଙ୍କ ଉପରେ ବର୍ଷିଛନ୍ତି ଡାକ୍ତର ଶୁଭମ୍ ଚୌଧୁରୀ । ଚିକିତ୍ସା କରିବେ କ’ଣ ତାଙ୍କ ପ୍ରେସକ୍ରିପସନ୍ ଚିରି ମାରିବାକୁ ଉଦ୍ୟକ୍ତ ହୋଇଥିଲେ ଡାକ୍ତର।