Advertisment

ପୁରୀ ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର

ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Puri sea beach

Puri sea beach

Advertisment

ପୁରୀ ବେଳାଭୂମିରେ ମଣିଷ କଙ୍କାଳ ଓ ଖପୁରୀ ଉଦ୍ଧାର । ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଥିଲା। ଏହା ଜଣେ ପୁରୁଷ କଙ୍କାଳ ବୋଲି ସେଠାରେ ମିଳିଥିବା ସାର୍ଟରୁ ଅନୁମାନ କରାଯାଉଛି।

Advertisment

ଖବର ପାଇ ଘଟଣାସ୍ଥଳରେ ପୁରୀ ବଳିଆପଣ୍ଡା ପୁଲିସ ଖପୁରୀ ଓ ଶରୀର ଅଂଶକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଟେଷ୍ଟିଂ ପାଇଁ ପଠାଇଛି। ଅନ୍ୟପଟେ ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ମୃତଦେହ ଚିହ୍ନଟ ପାଇଁ ପୁଲିସର ଉଦ୍ୟମ ଆରମ୍ଭ ହୋଇଛି। 

ସେହିଭଳି ଗତ ୧୪ ତାରିଖରେ ପୁରୀ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଗତକାଲି ମିଳିଥିବା ମଣିଷ କଙ୍କାଳର ପରିଚୟ ମିଳିପାରିନାହିଁ।

Advertisment
Odisha Puri Human Skeleton
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe