Advertisment

ମହାନଦୀରେ ଫସିଗଲେ ଶତାଧିକ ଗୋରୁ

ବୌଦ୍ଧ ହରଭଂଗା ଖରସଙ୍କୁଲେଈ ଠାରେ ବନ୍ୟାଜଳ ମାଡ଼ି ଆସିବାରୁ ଏହି ଗୋରୁପଲ ଫସି ଯାଇଥିଲେ।

author-image
Niranjan Mishra
cattles trapped in the river.

cattles trapped in the river.

ମହାନଦୀରେ ଫସିଗଲେ ଶତାଧିକ ଗୋରୁ। ବୌଦ୍ଧ ହରଭଂଗା ଖରସଙ୍କୁଲେଈ ଠାରେ ବନ୍ୟାଜଳ ମାଡ଼ି ଆସିବାରୁ ଏହି ଗୋରୁପଲ ଫସି ଯାଇଥିଲେ।ପାଣି ସୁଅ ଏହି ଗୋରୁ ପଲକୁ ଭସାଇ ନେଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଜୀବନକୁ ବାଜି ଲଗାଇ ଗୋରୁଙ୍କୁ ଉଦ୍ଧାର କରିଛନ୍ତି।

Advertisment

ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଗେଟ୍‌ ଖୋଲିବା ସଂଖ୍ୟା ବଢ଼ୁଥିବାରୁ ମହାନଦୀ ଫୁଲିବାରେ ଲାଗିଥିଲା। ମହାନଦୀ କୁଳରେ ଗୋରୁ ଚରୁଥିବା ବେଳେ ପାଣି ପିଇବାକୁ ଯାଇଥିବା ବେଳେ ହଠାତ୍ ନଦୀ ଭିତର ଜଳସ୍ତର ବଢ଼ି ଯାଇଥିଲା। ଫଳରେ ଗୋରୁ ପଲ ପାଣିରେ ଭାସି ଯାଇଥିଲେ। ଲୋକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ସଠିକ୍‌ ସଚେତନକା ବାର୍ତ୍ତା ପହଞ୍ଚି ପାରୁ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ସେପଟେ ମୁଣ୍ଡଳୀ ବ୍ୟାରେଜ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀ ତଳମୁଣ୍ଡକୁ ସେକେଣ୍ଡ ପ୍ରତି ୯୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଏବେ ୧୨ଟି ଗେଟ୍ ଖୋଲିଥିବା ବେଳେ, ଆଗକୁ ମୁଣ୍ଡଳୀ ଦେଇ ଅଧିକ ପାଣି ପ୍ରବାହିତ ହେବ ବୋଲି ସୂଚନା ମିଳିଛି।

Advertisment
Flash Flood Boudh Odisha Flood Situation Mahanadi Flood