Advertisment

ଜଙ୍ଗଲକୁ ଯାଉଥିଲେ ସ୍ବାମୀ ଓ ସ୍ତ୍ରୀ ଆକ୍ରମଣ କଲା ଭାଲୁ

ଜଙ୍ଗଲ ଭିତରେ ଯିବା ବେଳେ ହଠାତ ଦୁଇଟି ଭାଲୁ ରାସ୍ତା ଉପରକୁ ବାହାରି ଆସିଲେ।

Bear

Bear

Advertisment

ଭାଲୁ ଆକ୍ରମଣରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହାତ ହୋଇଛନ୍ତି। ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନାର ବିଞ୍ଜାରବେଡ଼ା ଗାଁରେ। ଗୁରୁତର ମାନେ ହେଲେ ସ୍ବାମୀ ମନ ମଣ୍ଡା ଓ ତାଙ୍କର ପତ୍ନୀ ବେଲ ମୁଣ୍ଡା।

Advertisment

ଆଜି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଉଥିଲେ। ଜଙ୍ଗଲ ଭିତରେ ଯିବା ବେଳେ ହଠାତ ଦୁଇଟି ଭାଲୁ ରାସ୍ତା ଉପରକୁ ବାହାରି ଆସିଲେ। ଭାଲୁଙ୍କୁ ଦେଖି ଉଭୟ ସ୍ବାମୀ ଓ ସ୍ତ୍ରୀ ଡରିଯାଇଥିଲେ। ସେଠାରୁ ସ୍ବାମୀ ଓ ସ୍ତ୍ରୀ ଭାଲୁକୁ ଦେଖି ଦୌଡ଼ିପଳାଇବା ବେଳେ ଭାଲୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଆକ୍ରମଣରେ ମୁହଁ, ହାତ, ମୁଣ୍ଡକୁ କାମୁଡ଼ିବାରୁ ସେମାନେ ଜୀବନ ବିକଳରେ ଜଙ୍ଗଲ ଭିତରୁ ପଳାଇ ଆସିଥିଲେ। ଫଳରେ ସେଠାକାର ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଅଛି।

Bear Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe