Advertisment

ଗାଁରେ ବୁଲୁଛି ହେଟା ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ଆଜି ସକାଳେ କିଛି ଯୁବକ ଶୌଚ ହେବାକୁ ଗାଁ ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ସେମାନେ ହେଟାବାଘ ହାବୁଡ଼ରେ ପଡ଼ି ଯାଇଥିଲେ।

Tiger

Tiger

Advertisment

ଗାଁରେ ବୁଲୁଛି ହେଟା ବାଘ। ଲୋକଙ୍କୁ ଦେଖିଲେ କାମୁଡ଼ିବା ପାଇଁ ଗୁଡ଼ାଉଛି। ଫଳର ଗ୍ରାମବାସୀ ହେଟା ଭୟରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନଖଣ୍ଡର କୋଣାଗାଁରେ।

Advertisment

ଆଜି ସକାଳେ କିଛି ଯୁବକ ଶୌଚ ହେବାକୁ ଗାଁ ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ସେମାନେ ହେଟାବାଘ ହାବୁଡ଼ରେ ପଡ଼ି ଯାଇଥିଲେ।ହେଟାବାଘଟି ଯୁବକମାନଙ୍କୁ ଦେଖି ଗୋଡ଼ାଇ ଥିଲା। ଯୁବକମାନେ ଜୀବନବିକଳେ ଦୌଡ଼ି ପଳାଇ ଆସିଥିଲେ। ଏନେଇ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ବୋରିଗୁମ୍ମା ବନଖଣ୍ଡ କର୍ମଚାରୀ ଗାଁରେ ପହଞ୍ଚି ହେଟାବାଘଟି ଧରିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ହେଟାବାଘ ଭୟରେ ଗ୍ରାମବାସୀ ଭୟବୀତ ହୋଇପଡ଼ିଛନ୍ତି। ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଘରୁ ବାହାରକୁ ଯିବା ପାଇଁ ଡରୁଛନ୍ତି। ବନ ବିଭାଗ କର୍ମଚାରୀମାନେ ଗାଁରେ ପାଟ୍ରୋଲିଂ କରୁଛନ୍ତି। ଗାଁ ଲୋକଙ୍କୁ ମଧ୍ୟ ସଚେତନତା କରାଉଛନ୍ତି। 

Advertisment
Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe